Sunday, September 27, 2026
ADVERTISEMENT
Home କୋରାପୁଟ ଗଞ୍ଜେଇ ଜବତ ଦୁଇ ଗିରଫ

ଗଞ୍ଜେଇ ଜବତ ଦୁଇ ଗିରଫ

471
ADVERTISEMENT

ବୋରିଗୁମ୍ମା ,୨୯।୧(ସୁନୀଲ ଦାଶ ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସକୁ ମିଳିଛି ବଡ଼ ସଫଳତା।ବୋରିଗୁମ୍ମାର ସୀମାନ୍ତ ରାଜ୍ୟ ଛତିଶଗଡ଼କୁ ଗଞ୍ଜେଇ ଚାଲାଣର ଚେର ଲମ୍ବିଛି।ଏହାକୁ ଦୃଷ୍ଟିରେ ରଖି ବୋରିଗୁମ୍ମା ପୋଲିସ ପ୍ରତିଦିନ ଗାଡି ଯାଞ୍ଚ କଡାକଡି କରିବା ସହ ଗଞ୍ଜେଇ ଚାଲାଣ ଉପରେ ନଜର ରଖିଛି। ସେହିପରି ଗତ ୨୬ ତାରିଖ ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ଗୋଟିଏ ବୋଲେର ଗାଡିକୁ ସନ୍ଦେହ କରି ଅଟୋକାଇଥିଲେ କିନ୍ତୁ ସେହି ବୋଲେର ଦ୍ରୁତ ଗତିରେ ଚାଲିଯାଇଥିଲା।ପୋଲିସ ସେହି ଗାଡିକୁ ପିଛା କରି କୁନ୍ଦରା ଗୁଡା ନିକଟରେ ଧରିବାରର ସକ୍ଷମ ହୋଇଥିଲେ।ବୋଲେର OR 02 AZ 8399 ଏବଂ ମାରୁତି ଏସ କ୍ରୋସ OD 10 AL 7853 ନମ୍ବର ଆଗ ପଛ ହୋଇ ନବରଙ୍ଗପୁର ଅଭିମୁଖେ ଯାଉଥିଲେ କିନ୍ତୁ ପୋଲିସ ବୋଲେରକୁ ଅଟକାଇବା ଦେଖି ମାରୁତି ଏସ କ୍ରୋସ ଗାଡ଼ିରେ ଥିବା ଗଞ୍ଜେଇ ଚାଲାଣକାରି ଗାଡି ଛାଡି ଚମ୍ପଟ ମାରିଥିଲେ।ପୋଲିସ ଦୁଇଟି ଗାଡି ଏବଂ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ମୋଟ ଦୁଇ କୁଇଣ୍ଟାଲ ୯୮ କିଲୋ ୫୭0 ଗ୍ରାମ ଗଞ୍ଜେଇ ଜବତ କରିଛି। ଯାହାର ଅନୁମାନିକ ମୁଲ୍ୟ ଛଅ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ଅଭିଯୁକ୍ତ ସୋନୁ କୁମାର ଏବଂ ଅଶୋକ ୟାଦଭ ବିହାରରୁ ବୋଲି ଜଣାପଡିଛି। ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ।

Advertisement