ସିଏଏକୁ ବିରୋଧରେ ଭାରତ ବନ୍ଦ: ପଶ୍ଚିମବଙ୍ଗରେ ହିଂସା,୨ ମୃତ

261
ADVERTISEMENT

କୋଲକାତା,୨୯।୧(ଡି.ଏଚ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ହୋଇଥିବା ଭାରତବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି। ସ୍ଥାନୀୟ ମୁର୍ଶିଦାବାଦ୍‌ରେ ଭାରତବନ୍ଦ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ହିଂସାକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ଜଲାଙ୍ଗି ଅଞ୍ଚଳରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ରାସ୍ତା ରୋକୋ କରାଯାଇଥିଲା। ତେବେ ଏହାକୁ କିଛି ସ୍ଥାନୀୟ ଲୋକେ ବିରୋଧ କରିବାରୁ ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ହିଂସାକାଣ୍ଡ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସଙ୍କୁ ମୁତୟନ କରାଯାଇଛି।

Advertisement