ନୂଆଦିଲ୍ଲୀ ,୨୯।୧(ଡି.ଏଚ): ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ରେ ମଞ୍ଜୁରୀ କରିଛନ୍ତି । ୧୯୭୧ ମେଡିକାଲ ଟର୍ମିନେଶନ ଅଫ୍ ପ୍ରେଗ୍ନାସି ଆକ୍ଟର ସଂଶୋଧନ କରାଯାଇ ଏଭଳି କରାଯାଇଛି। ଏହାକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଗତବର୍ଷ ଏନେଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭପାତ ସମୟସୀମା ୨୦ ସପ୍ତାହରୁ ୨୪ ଏବଂ ୨୬ ସପ୍ତାହକୁ ବୃଦ୍ଧି କରାଇବା ପାଇଁ ଏଥିରେ କୁହାଯାଇଥିଲା। ଏସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଚାର ବିମର୍ଷ ମଧ୍ୟ ହୋଇଥିଲା।




















