Sunday, September 20, 2026
ADVERTISEMENT
Home ଜାତୀୟ ପୁଣେ କୋନ୍ଧଓ୍ଵା ଅଞ୍ଚଳରେ ପାଚେରି ଭୁଶୁଡ଼ି ୧୭ ମୃତ

ପୁଣେ କୋନ୍ଧଓ୍ଵା ଅଞ୍ଚଳରେ ପାଚେରି ଭୁଶୁଡ଼ି ୧୭ ମୃତ

296
ADVERTISEMENT

ପୁଣେ ୨୯/୬(ଡ଼ିଏଚବି): ଶୁକ୍ରବାର ରାତିରେ କୋନ୍ଧଓ୍ଵା ଅଞ୍ଚଳରେ ଥିବା ତାଲାବ ମସ୍‌ଜିଦ୍‌ ନିକଟରେ ଗୋଟାଏ ୬୦ ଫୁଟ୍‌ ଉଚ୍ଚ ପାଚେରି ଭାଙ୍ଗି ପଡ଼ିବାରୁ ଅନ୍ୟୂନ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ପାଖରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ କେତେଗୁଡ଼ିଏ ଟିଣ-ଛପର ଘର ଉପରେ ପାଚେରିଟି ଭୁଶୁଡ଼ି ପଡ଼ିଥିଲା ବୋଲି ଶନିବାର ଦିନ ପୁଲିସ କହିଛି। ସେଥିରେ ବସବାସ କରୁଥିବା ଲୋକେ ନିକଟରେ ଏକ ନିର୍ମାଣ କାର୍ଯ୍ୟ କରନ୍ତି। ରାତି ପ୍ରାୟ ୧: ୪୫ ମିନିଟ ସମୟରେ ପାଚେରିଟି ଭାଙ୍ଗି ପଡ଼ିଥିଲା।

ଭଗ୍ନସ୍ଥଳ ତଳେ ଦୁଇ ତିନି ଜଣ ଲୋକ ଚାପି ହୋଇ ରହିଯାଇଥିବା ବିଶ୍ୱାସ କରାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ, ମୃତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ନଅ ଜଣ ପୁରୁଷ, ଜଣେ ମହିଳା ଓ ଚାରିଜଣ ପିଲା। ମୃତ ଲୋକମାନଙ୍କର ପରିଚୟ ମିଳିନାହିଁ। ଉଦ୍ଧାର ଓ ତଲାସ ଅଭିଯାନ ପାଇଁ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଛି। ପୁଣେରେ ବୃଷ୍ଟିପାତ ପ୍ରବଳ ହେଉଛି। ପୁଣେ ଜିଲ୍ଲା କଲେକ୍ଟର୍‌ ନବଲ କିଶୋର ରାମ କହିଛନ୍ତି: ବର୍ଷା ଯୋଗୁଁ ପାଚେରି ଭାଙ୍ଗିଗଲା। ଏ ଘଟଣାରେ ନିର୍ମାଣ କମ୍ପାନିର ଅବହେଳା ଦୃଷ୍ଟିକୁ ଆସିଛି। ୧୫ ଜଣ ଲୋକ ମରିବା ଛୋଟିଆ କଥା ନୁହେଁ। ସେ ଶ୍ରମିକମାନେ ମୁଖ୍ୟତଃ ବିହାର ଓ ପଶ୍ଚିମବଙ୍ଗର। ପ୍ରଭାବିତମାନଙ୍କୁ ସରକାର ସହାୟତା ଯୋଗାଇଦେବେ।

Advertisement