ବହୁ ପ୍ରତୀକ୍ଷିତ ଭାରତର ଅରେଞ୍ଜ୍ ଜର୍ସି ଉନ୍ମୋଚିତ

320
ADVERTISEMENT

ନୂଆଦିଲ୍ଲୀ, ୨୮/୬(ଡ଼ିଏଚବି): ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକ ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷରେ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧିବ।

ଏ ନେଇ ନାଇକ ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଜୁନ୍ ୩୦ ତାରିଖରେ ବର୍ମିଂହାମରେ ପ୍ରଥମଥର ତା’ର ନୂଆ ଜର୍ସି ପିନ୍ଧିବ। ଚଳିତ ବର୍ଷ ଦିନିକିଆରେ ଆୱେ କିଟର ଯେଉଁ ଡିଜାଇନ୍ ଲଞ୍ଚ୍ କରାଯାଇଛି, ତାହା ଭାରତର ଯୁବପିଢ଼ି ଓ ଜାତୀୟ ଟିମକୁ ନିର୍ଭୀକ ଭାବନାର ସହ ଖେଳିବାକୁ ପ୍ରେରଣା ଯୋଗାଇବ। ଏହି ନୂତନ ଜର୍ସିର ସାମ୍ନାପଟକୁ ଛାଡ଼ି ଦେଲେ ବାକି ସବୁ ଅଂଶ ଅରେଞ୍ଜ ରଙ୍ଗର ଅଛି। ଏହି ଆୱେ କିଟ୍ ଖେଳ ଓ ଖେଳାଳିଙ୍କ ଆଧୁନିକ ଆବଶ୍ୟକତା ଏବଂ ଗତିଶୀଳ ଚାଲିଚଳନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ନୂଆ ଜର୍ସିର ରଙ୍ଗ ଅରେଞ୍ଜ ହେବାନେଇ ଅନେକ ବିବାଦ ହୋଇଥିଲା।

Advertisement