ବସ୍ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଯାତ୍ରୀ

372
ADVERTISEMENT

କୋଟପାଡ଼, ୨୭/୧(ଡି.ଏଚ ) : ଜଗଦଳପୁର ଠାରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ଗୁପ୍ତା ବସ ଆଜି କୋଟପାଡ଼ ମିରିଗୁଡା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଛି l ଗାଡିଟି ଭାରସାମ୍ୟ ହରାଇ ପଥଚ୍ୟୁତ ହୋଇ ରାସ୍ତା କୋଡ଼ ଖାଇ ଖାଲକୁ ମାଡି ଯାଇଛି କିନ୍ତୁ ଡ୍ରାଇଭରଙ୍କ ସାହସ ଯାଗୁଁ ଓଲଟି ବାରୁ ବର୍ତ୍ତୀ ଯାଇଛି l ଏହି ଘଟଣାରେ ଯାତ୍ରୀ କ୍ଷତ ବୀକ୍ଷତ ହେବା ଛଡା ଅନ୍ୟ କିଛି ଅଘଟଣ ହୋଇନାହିଁ l କ୍ଷତ ଯାତ୍ରୀଙ୍କୁ ସ୍ଥନୀୟ କୋଟପାଡ଼ ଡାକ୍ତରଖାନାରେ ଫାଷ୍ଟ ଏଡ଼ ଉପଚାର କରାଯାଇଛି l

Advertisement