Friday, September 25, 2026
ADVERTISEMENT
Home କୋରାପୁଟ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

357
ADVERTISEMENT

କୋଟପାଡ଼, ୨୭/୧(ସୁନୀଲ ଦାସ ) : ଏକ ମର୍ମାନ୍ତକ ସଡକ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକ ଚକ୍ରଧର ପାଲଙ୍କ ମୃତ୍ୟୁ ଘଟିଛି ସେ କୋଟପାଡ ବ୍ଲକ ଭନସୁଲି ଗ୍ରାମରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ପାଇଁ କିଛି ମିଠା ସାମଗ୍ରୀ କିଣି ଭନସୁଲି ଯାଉଥିବା ସମୟରେ ଏକ ଟ୍ରାକ୍ଟର ସହିତ ମୁହାଁ ମୁହିଁ ହୋଇଥିଲେ l ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ତାଙ୍କ ବଇକ ଏବଂ ତାଙ୍କ ଉପରେ ମାଡିଯାଇଥିବାରୁ ତାଙ୍କୁ ସ୍ଥାନୀୟ କୋଟପାଡ ମେଡିକାଲ୍ କୁ ଅଣାଯାଇ ଥିଲା ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏହି ଖବର ପ୍ରସାର ପରେ କୋଟପାଡ ସହରରେ ଶୋକର ଛାୟା ଖେଳିଯାଇଛି ଓ ଶିକ୍ଷକ ସଂଘ ଦୁଃଖ ପ୍ରଘଟ କରିଛନ୍ତି l

Advertisement