କୋଟପାଡ, ୨୭/୧(ସୁନୀଲ ଦାସ): ସମଗ୍ର ଦେଶରେ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ କୋଟପାଡରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଟପାଡର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ପେରଡରେ ଅଂସଗ୍ରହଣ କରିଥିଲେ । ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ଯକ୍ରମକୁ ଜନସାଧାରଣ ଉପଭୋଗ କରିଥିଲେ। କୃତି ଛାତ୍ର ଛାତ୍ରୀଙ୍କୁ ସାଂସଦ ପୁରସ୍କାର ପ୍ରଦାନ କରିବା ସହ କୋଟପାଡର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନ ଦିଆଯାଇଥିଲା ଅନ୍ୟ ଆତିଥି ମାନେ ସଂପାଦକ ଗଣେଶ ପଣ୍ଡା ପୁର୍ବବନ ବିଧାୟକ ଚନ୍ଦ୍ର ଶେଖର ମାଝୀ ଉପସ୍ଥିତି ରହିଥିଲେ ।




















