୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

271
ADVERTISEMENT

କୋରାପୁଟ, ୨୭/୧(ଦୟାନିଧି ପଟ୍ଟନାୟକ ):ସାରା ଭାରତ ବର୍ଷରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକସ୍ଥିତ ମିନିଷ୍ଟାଡିୟମ ଠାରେ ଧୁମଧାମରେ ପାଳିତ ହଇଯାଇଛି । ସକାଳ୭.୩0ସମୟରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ନଗର ପରିକ୍ରମା ସାରି ମିନି ଷ୍ଟାଡିୟମ ଠାରେ ପହଂଚି ଥିଲେ । ୯:୩୦ ଘଣ୍ଟ ସମୟରେ ବ୍ଲକ ସ୍ତରୀୟ ପତକା ଉତ୍ତଳନ କାଯ୍ୟକ୍ରମ ଆରମ୍ଭ ହାଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଣୟ ରଞ୍ଜନ ବେହେରା ଜାତୀୟ ପତକା ଉତ୍ତଳନ କରିବା ସହ ଏନ.ସି.ସି ପେରେଡ ଛାତ୍ର ଛାତ୍ରୀଙ୍କୁ ଅଭିବାଦନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କସ୍ତୁରୀଭା ବାଳିକା ବିଦ୍ୟାଳୟ ଦ୍ୱତୀୟରେ ଡି.ଏ.ଭି ସ୍କୁଲ ସ୍ଥାନ ଅଧିକାର କରିଥିଲେ । ଏହି ଉପଲକ୍ଷେ ଗତ ୨୪ତାରିଖ ଦିନ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା ସ୍ତରୀୟ ପ୍ରତେକ ସ୍କୁଲ ର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯଗିତା ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହିକାର୍ଯ୍ୟ କ୍ରମରେ ଏସ.ଡି.ପି.ଓ ହରେକୃଷ୍ଟ ମାଝୀ,ଅତିରିକ୍ତ ତହସିଲଦାର ନରସିଂହ ଗାଦବା, ଆଇ.ଆଇ.ସି ସଞ୍ଜୟକୁ ମଣ୍ଡଳ ଓ ବୋରିଗୁମ୍ମାର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ ସର୍ବଶେଷରେ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

Advertisement