ନୂଆଦିଲ୍ଲୀ, ୨୭/୧(ଡି.ଏଚ ): ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆକାଶବାଣୀର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ଆମେ କିଛି କରି ଦେଖାଇ ପାରିବା ‘ କ୍ୟାନ ଡୁ..’,ଏହା ଏବେ ଏକ ସଂକଳ୍ପ ପାଲଟି ଯାଇଛି। ଏହାକୁ ଚଳିତ ବର୍ଷ ତଥା ଚଳିତ ଦଶନ୍ଧିର ପ୍ରଥମ ‘ମନ୍ କୀ ବାତ୍’ ବୋଲି ସେ ବର୍ଣ୍ଣନା କରିଛନ୍ତି । ଜଣେ ଗୋଟିଏ ପାଦ ଆଗେଇଲେ ସାରା ଦେଶ ୧୩୦ କୋଟି ପାଦ ଆଗେଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ସେ ଆଗେଇ ଚାଲିବା ପାଇଁ ଆହ୍ବାନ ଦେଇଛନ୍ତି । ଜଳ ସଂରକ୍ଷଣ ପାଇଁ ଦେଶରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନେକ ପୋଖରୀ ଖୋଳା ହୋଇଛି, ବଡ଼ କୂପର ପୁନଃରୁଦ୍ଧାର କରାଯାଉଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଆସାମ ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।




















