୭୧ତମ ସାଧାରଣତନ୍ତ୍ର ଦିବସରେ: ମୋଦୀଙ୍କ ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

292
ADVERTISEMENT

ନୂଆଦିଲ୍ଲୀ, ୨୭/୧(ଡି.ଏଚ ): ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ରାଜଧାନୀ ଦିଲ୍ଲୀର ରାଜପଥଠାରେ ମୁଖ୍ୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ପରେ ପ୍ୟାରେଡ୍‍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
୭୧ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ରାଜିଲ୍‍ ରାଷ୍ଟ୍ରପତି ଜୟେର୍‍ ବୋଲ୍‍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବ ପ୍ୟାରେଡରେ ଅଂଶଗ୍ରହଣ କରିଛନ୍ତି। ଜମ୍ମୁ-କାଶ୍ମୀର ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଶ୍ରେଣୀରେ ପ୍ୟାରେଡରେ ଅଂଶଗ୍ରହଣ କରିଛି। ମନ୍ତ୍ରଣାଳୟଗୁଡ଼ିକର ପ୍ରଜ୍ଞାପନ ମେଢ଼ଗୁଡ଼ିକ ଷ୍ଟାର୍ଟ ଅପ୍‍ ଇଣ୍ଡିଆ, ଜଳଜୀବନ ମିଶନ୍‍ ଓ ଆର୍ଥିକ ବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହୋଇଛି। ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ନୂଆଦିଲ୍ଳୀରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ୨୦ହଜାରରୁ ଅଧିକ ପୋଲିସ ଏବଂ ଟ୍ରାଫିକ କର୍ମଚାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି। ସିସିଟିଭି କ୍ୟାମେରା ମାନ ରାଜପଥର ବିଭିନ୍ନ ସ୍ଥାନରେ ଲଗାଯାଇଛି।

Advertisement