କରୋନା ଭୁତାଣୁ ୧୧ଟି ଦେଶକୁ ବ୍ୟାପିଛି :ସେଥି ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !

262
ADVERTISEMENT

ନୂଆଦିଲ୍ଲୀ, ୨୭/୧(ଡି.ଏଚ ): ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ଦ୍ୱାରା ପୃଥିବୀର ଅର୍ଥନୀତି ଦୋହଲିଯିବାର ଆଶଙ୍କା ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନାର ୧୮ଟି ସହରରେ ଯାତାୟତ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ସେହିପରି ୫କୋଟି ୬୦ ଲକ୍ଷ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି। କାରବାର ବନ୍ଦ ହେବା ଯୋଗୁ ଚାଇନା ଶେୟାର ବଜାରରେ ୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ୧୭ ବର୍ଷ ତଳେ ୨୦୦୩ରେ ଚାଇନାରେ ଦେଖାଦେଇଥିବା ସ୍ପର୍ସ ଭୁତାଣୁ ଆତଙ୍କ ଯୋଗୁ ପୃଥିବୀର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଥିଲା। ଚାଇନାରେ ଅଭିବୃଦ୍ଧି ହାର ୧୨.୫ ପ୍ରତିଶତରୁ କମି ୩.୫ ପ୍ରତିଶତ ହୋଇଯାଇଥିଲା। ମୋଟ ୩ ଲକ୍ଷ ୫୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ଏବେ କରୋନା ଭୁତାଣୁ ଯୋଗୁ ସେଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisement