ବ୍ରହ୍ମପୁର,୨୫/୧(ହିମାଂଶୁ ପାଢୀ):ଗୁଜରାଟ ରାଜ୍ୟ ସୁରତ ଜିଲ୍ଲା ଅନ୍ତର୍ଗତ ଅମରୋଲି ମାରୱାଡି ପାର୍ଟି ପ୍ଳଟଠାରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବ ସଭାପତି ବିଜୟ କହଁର ଙ୍କ ଅଧ୍ୟକ୍ଷତାରେ ପରିଚାଳନା ହୋଇଥିବା ବେଳେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅତିଥି ମାନେ ପ୍ରଦିପ ପ୍ରଜ୍ଜଳନ କରିଥିବା ବେଳେ ମହୋତ୍ସବ ମଞ୍ଚକୁ ଗୋପାଳ ପୁର ବିଧାୟକ ଶ୍ରୀ ପ୍ରଦିପ ପାଣିଗ୍ରାହୀ ଆରମ୍ଭ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର,ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଆସିକା ସାଂସଦ ପ୍ରମିଳା ବିଷୋଇ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାଷ ବେହେରା,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ସହିତ ପ୍ରବାସୀ ଓଡ଼ିଆ ସମାଜ ସଂଘ ଓ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଯୋଗଦେଇ ଥିଲେ ।

ଓଡ଼ିଆ ମହୋତ୍ସବ ସନ୍ଧ୍ୟାକୁ ସୁନ୍ଦର ଓ ରଙ୍ଗାରଙ୍ଗ କରିବା ପାଇଁ ଓଡିଶାରୁ କଣ୍ଠଶିଳ୍ପୀ ଲୋପାମୃଦ୍ରା ଦାସ,ଦୀପ୍ତୀରେଖି,ମଣ୍ଟୁ ଛୁରିଆ,ସତ୍ୟଜିତ ମଧୁର ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ଥାନୀୟ କଳାକାର ଓ କୁନିକୁନି ପିଲାଙ୍କ ଡ୍ୟାନ୍ସ ଗୃପ୍ ଦ୍ଵାରା ଓଡ଼ିଆ ହିନ୍ଦୀ ଡ୍ୟାନ୍ସ ପରିବେଷଣ ହୋଇଥିଲା । ଆସିଥିବା ଅତିଥି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ ଉକ୍ତ ସନ୍ଧ୍ୟାରେ ତିରିଶ ହଜାରରୁ ଉର୍ଦ୍ଧ ଓଡ଼ିଆ ପ୍ରବାସୀ ଆସି ଗୀତ ସଙ୍ଗୀତର ତାଳେ ତାଳେ ଝୁମି ସନ୍ଧ୍ୟାକୁ ରଙ୍ଗିନ କରିଦେଇ ଥିବା ଦେଖିବାକୁ ମିଳିଥିଲା ।




















