ବାଲିଗୁଡ଼ା,୨୫/୧(ଟିକି ଦଣ୍ଡିଆ/ସୁରେଶ କୁମାର ପଣ୍ଡା):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ୧୦ ତମ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି । ଏହି ଦିବସରେ ସ୍ଥାନୀୟ ବ୍ଲକ ଅଧକ୍ଷ ପ୍ରମୋଦ କୁମାର ମଲ୍ଲିକ ,ବିଡ଼ିଓ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶାନ୍ତି ମୈତ୍ରୀ ନିର୍ଦ୍ଧେଶକ ଭଗବାନ ଜେନା ଉପସ୍ଥିତ ରହି ନୁଆ ଭୋଟରସଙ୍କୁ ପରିଚୟପତ୍ର ପ୍ରଦାନ କରି ଭୋଟ ଦେବା ଅଧିକାର ଉପରେ ସଚେତନତା କରାଇଛନ୍ତି ।

କାର୍ଯ୍ୟକ୍ରମ ଶେଷରେ ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ କରାଯାଇଥିଲା ଏହି ରାଲିରେ କୁନି କୁନି ଛାତ୍ରଛାତ୍ରୀମାନେ ଭାଗନେଇଥିଲେ l




















