ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

591
ADVERTISEMENT

ବରଗଡ଼,୨୪/୧(କୁଞ୍ଜବିହାରୀ ସାହୁ ) : ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ସମାଜସେବୀ ସରପଞ୍ଚ ଭୋଜରାଜ୍ ବାଗ୍ ଯୋଗଦେଇ ଛାତ୍ରୀ ମାନଙ୍କୁ ଜୟନ୍ତୀ ଉପଲକ୍ଷେ ନେତାଜୀ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଉପରେ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସ୍ବାଗତ ଭାଷଣ ଅବସରରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଉପରେ ଆଲୋକପାତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ବିରିଷ୍ଠ ଅତିଥି ଭାବେ ସାମ୍ବାଦିକ ନିରୋଜ୍ ପାଣି , କାଲୁ ଭାଇ,ସତ୍ୟମ୍ ଭାଇ ସମେତ ଶିକ୍ଷକ ସେବକ ସେଠ୍ , ଶିକ୍ଷୟିତ୍ରୀ ନମିତା ସାହୁ , ସଙ୍ଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଆଜି ପାଇକମାଳ ବ୍ଲକ୍ ର ପ୍ରତେକ ଶିକ୍ଷାନୁଷ୍ଠାନରେ ମଧ୍ୟ ନେତାଜୀ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି।

Advertisement