କୋଟପାଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୭ ତମ ବାର୍ଷିକ ଉତ୍ସବ ପାଳିତ

444
ADVERTISEMENT

କୋଟପାଡ଼୨୪/୧(ସୁନୀଲ ଦାଶ) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋଟପାଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି ୨୭ତମ ବାର୍ଷିକ ଉତ୍ସବ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିୱାନ ଏବଂ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ l ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆମ ଭାଷା ସାହିତ୍ୟ ସଂସ୍କୃତିର ଉନ୍ନତି ଏବଂ ବ୍ୟବହାରରେ ଶାଳୀନତା ଗୁରୁଜନ ମାନଙ୍କୁ ସାମ୍ମାନ ଦେବା ନିମନ୍ତେ ଶିକ୍ଷା ଦେବା ସହ ଏହି ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ l ସେ କହିଥିଲେ ଆମ ପିଲା ଯଦି ସଂସ୍କାରି ହେବେ ନିଶ୍ଚିତ ହିଁ ଏହା ସମାଜ ସଂସ୍କାରରେ ସହଯୋଗୀ ହେବ ଏବଂ ଏକ ଉନ୍ନତ ସମାଜର ଗଠନ ହୋଇପାରିବ l ଏହା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଶତାଧିକ ମାତ୍ରା ରେ ଅଭିଭାବକଙ୍କ ସମାଗମ ଦେଖିବାକୁ ମିଳିଥିଲା l

Advertisement