Monday, November 9, 2026
ADVERTISEMENT
Home ଜିଲ୍ଲା ଅଙ୍ଗ ନଦୀ କୂଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅଙ୍ଗ ନଦୀ କୂଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

464
ADVERTISEMENT

ବରଗଡ଼,୨୩/୧(କୁଞ୍ଜ ବିହାରୀ ସାହୁ ) : ଆଜି ପାଇକମାଳ ବ୍ଲକ୍ ଅନ୍ତର୍ଗତ ଚର୍ଦା ପାଲି ଗ୍ରାମବାସୀ ଉଦ୍ୟମରେ ଅଙ୍ଗ ନଦୀ ଅବବାହିକା କୂଳରେ ନୂତନ ଭାବେ ନିର୍ମିତ ହୋଇଥିବା ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିଲା ।ଅଙ୍ଗନଦୀ କୂଳର ଚର୍ଦ୍।ପାଲି ଦଙ୍ଗାଘାଟ ନଦୀଖଣ୍ଡି ଠାରେ ପ୍ରତିଷ୍ଠା ଏହି ମନ୍ଦିର ନିମନ୍ତେ ପୁଜା କର୍ତ୍ତା ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ ଏବଂ ଶ୍ରୀ ବାଳକୃଷ୍ଣ ନାୟକ ଓ ତାଙ୍କ ଧର୍ମପତ୍ନୀ ଉପାସୀ ନାୟକ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ମନୋଜ ତ୍ରିପାଠୀ ଓ ସାଥୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ।ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଓ ଚର୍ଦ।ପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ସହ ନୂତନ ବିଗ୍ରହ ସ୍ଥାପନ କରାଯାଇ ଏହି ମନ୍ଦିରର ନାମକରଣ “ଯୋଗେଶ୍ୱର ମହାଦେବ ବାବା’ କରାଯାଇଛି । ଆଜି ଏଥି ଉପଲକ୍ଷେ ୧୦୮ପୂର୍ଣ୍ଣ କଳସରେ ଅଙ୍ଗ ନଦୀରୁ ଜଳ ଆଣି କଳସ ସ୍ଥାପନ କରାଯାଇ ନାମସଂକ୍ରିତନ୍ ହୋମଯଜ୍ଞ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏଥି ସହ ରାତ୍ରୀରେ ସଂକୃତିକ କାର୍ଯ୍ୟକ୍ରମ କରା ଯାଇଥିଲା। ପଦ୍ମଲୋଚନ ବେରୀୟା,ପାନଲାଲ୍ ନାୟକ,ନେତ୍ରାନନ୍ଦ ବେହେରା, ମେହେନ୍ତ ଲାଲ୍ ନାଏକ,ଦଶରଥ ନାଏକ ପ୍ରମୁଖ ଗ୍ରାମବାସୀଙ୍କ ଦ୍ଵାରା ଏହି ସମସ୍ତ କାର୍ଯ୍ୟ କରାଯାଇଥିଲା। ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ମହିଳା ଓ ପୁରୁଷ ଯୋଗ ଦେଇ ଯୋଗେଶ୍ୱର ମହାଦେବ ବାବାଙ୍କ ଦର୍ଶନ କରିଛନ୍ତି।

Advertisement