Wednesday, August 19, 2026
ADVERTISEMENT
Home ଜାତୀୟ ଟ୍ରମ୍ପଙ୍କ ସହ ମୋଦିଙ୍କ ହେଲା ଭେଟ: ଆଲୋଚନା କଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଟ୍ରମ୍ପଙ୍କ ସହ ମୋଦିଙ୍କ ହେଲା ଭେଟ: ଆଲୋଚନା କଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

276
ADVERTISEMENT

ନୂଆଦିଲ୍ଲୀ, ୨୮/୬(ଡ଼ିଏଚବି): ଆଜି ଜାପାନର ଓସାକାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ସାକ୍ଷାତ୍‌ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଦୁଇ ଦେଶ ମଧ୍ୟରେ ହୋଇଥିଲା। ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରିଥିଲେ। ଏଥିରେ ଟମ୍ପ୍‌ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାଗ ନେଇଥିଲେ। ଗତ ନିର୍ବାଚନରେ ଐତିହାସିକ ବିଜୟ ଲାଭ କରିଥିବା ମୋଦି ଏବଂ ଆବେଙ୍କୁ ଶୁଭେଚ୍ଛା ଜଣାଇଥିଲେ ଟମ୍ପ୍‌। ଏହାପରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଭାରତ ଏବଂ ଆମେରିକା ଭଲ ବନ୍ଧୁ ବୋଲି କହିଥିଲେ ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ ଆଶାବାଦୀ ଥିବା ମଧ୍ୟ କହିଛନ୍ତି।

Advertisement