Tuesday, November 10, 2026
ADVERTISEMENT
Home ମୁଖ୍ୟ ଖବର ଭାରସାମ୍ୟ ହରାଇ ଓଲଟିଲା ପାର୍ବତୀ ବସ୍‌: ୧୬ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଓଲଟିଲା ପାର୍ବତୀ ବସ୍‌: ୧୬ଯାତ୍ରୀ ଆହତ

335
ADVERTISEMENT

ରାଉରକେଲା,୨୨।୧(ଡି.ଏଚ ): ବୁଧବାର ଅପରାହ୍ନରେ ରାଉରକେଲାରୁ ବଣେଇ ଯାଉଥିବା ବେଳେ ୧୪୩ନମ୍ବର ଜାତୀୟ ରାଜପଥ ଜଲଦା ଫାଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୧୨ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ରାଉରକେଲାରୁ ବଣେଇ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ପାର୍ବତୀ ବସ୍‌ (ଓଡ଼ି ୧୪୫୫୦) ଜଲଦା ପାଣ୍ଡି ନିକଟରେ ଭାରସାମ୍ୟ ହରାଇଥିଲା। ଫଳରେ ଚାଳକ ଆଉ ବସ୍‌ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନ ଥିବାରୁ ବସ୍‌ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ତେବେ ଏହି ସ୍ଥାନରେ ରାସ୍ତାକାମ ଚାଲିଥିବା ହେତୁ ରାସ୍ତା ଆବୁଡାଖାବୁଡା ହୋଇ ରହିଥିଲା, ତେଣୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisement