ଭୁବନେଶ୍ୱର, ୨୮/୬(ନରେନ୍ଦ୍ର ଜେନା): ରାଜ୍ୟସଭା ନିର୍ବାଚନରେ ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ଭାଜପାର ଅଶ୍ୱିନୀ ବୈଷ୍ଣବଙ୍କୁ ରିଟର୍ଣ୍ଣିଂ ଅଫିସର ଆଜି ନିର୍ବାଚିତ ଘୋଷଣା କରିଛନ୍ତି। ୩ଟି ଆସନ ଲାଗି କେବଳ ତିନିଜଣ ପ୍ରାର୍ଥୀ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ବିଜେଡିର ୨ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଭାଜପା ବିଧାୟକ ଓ ନେତାଙ୍କ ଗହଣରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ।