ପଦ୍ମପୁର ,୨୨।୧(କୁଞ୍ଜ ବିହାରୀ ସାହୁ) : ଗତ ସୋମବାର ୨୦ତାରିଖ ଠାରୁ ଦିର୍ଘ ତିନିଦିନ ଧରି ଲଖମରା ଲଖମରା ପ୍ରାଥମିକ କୃଷିଋଣ ସମବାୟ ସମିତି ଅଧିନସ୍ଥ ୫ଖଣ୍ଡ ମୌଜା ର ୨୪ ଖଣ୍ଡ ଗ୍ରାମର ଚାଷୀ ମାନେ ସ୍ଥାନୀୟ ମହାବିଦ୍ୟାଳୟ ଛକ ଠାରେ ଧାନ ବସ୍ତା ଥାକକୁ ଥାକ ରଖି ରାୟପୁର-ବସନାକୁ ସଂଯୋଗ କରୁଥିବା ପଦ୍ମପୁର ରାସ୍ତା ସମେତ ପଦ୍ମପୁର-ସରାଇପାଲି(ସି.ଜି) ରାସ୍ତାକୁ ଅବରୋଧ କରିଛନ୍ତିା ଧାନବିକ୍ରି କରିବାପାଇଁ ୨୦୧୯-୨୦ ଖରିଫ ନିର୍ଧାରିତ ତାରିଖରେ ଆବେଦନ ପରିଥିଲେ ,ହେଲେ ଅନେକଚାଷୀ ମାନଙ୍କ ନାମ ପଂଜିକରଣ ହୋଇ ପାରିନଥିବା କାରଣରୁ ସ୍ଥାନୀୟ ମଣ୍ଡିରେ ଧାନବିକ୍ରୟ କରିପାରି ନାହାନ୍ତିା ଏ ସଂପର୍କରେ ନିରିହ ନିଷ୍ପେସିତ ଚାଷୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ଫଳପ୍ରଦ ନହେବାରୁ ସେମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ବୋଲି ଏ ଅଂଚଳବାସି ମାନଙ୍କ ଠାରୁ ପ୍ରକାଶ ଏଦିଗରେ ବରଗଡ ଜିଲ୍ଲାପାଳ ଅତିଶିଘ୍ର ପଦଯେପ ନେବାକୁ ବୁଦ୍ଧିଜୀବିଙ୍କ ମହଲରେ ଦାବୀ ହେଉଛିା



















