ବାଲିଗୁଡ଼ା,୨୧/୧(ଟିକି ଦଣ୍ଡିଆ):ବାଲିଗୁଡ଼ା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଘରେ ଘରେ ଯଜ୍ଞ ଓ ବାର୍ଷିକ ଉତ୍ସବ ଉପଲକ୍ଷେ ନବକୁଣ୍ଡୀୟ ମହାଯଜ୍ଞ ଶୁଭାରମ୍ଭ ହୋଇଯାଇଛି ବାଲିଗୁଡ଼ା ଗାୟତ୍ରୀ ପରିବାରଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିବା ସହ ବିଶ୍ୱ କଲ୍ୟାଣ ନିମନ୍ତେ ଆଜି ଠାରୁ ଏଥି ସହ ବିଭିନ୍ନ ସଂସ୍କାର ଯଥା ପୁଂସବନ, ନାମକରଣ, ଅନ୍ନପ୍ରାସନ, ବିଦ୍ୟାରମ୍ଭ ବ୍ରତୋପନୟନ ଓ ଦୀକ୍ଷା, ସଂସ୍କାର ବିନୋଦୟ କରାଯାଇଛି

ଏହି ଯଜ୍ଞକୁ କନ୍ଧମାଳ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲଙ୍କ ଧ୍ଵଜ ଉତୋଳନ କରିବା ସହ ଭୁବନେଶ୍ୱର ଗାୟତ୍ରୀ ପରିବାରରୁ ଦିବ୍ୟଶ୍ରୀ, ମଞ୍ଜୁଶ୍ରୀ, ସୁମତି, ଜୟନ୍ତ, ତ୍ରିଲୋଚନ ଆସି ପ୍ରବଚକ ଦେଇଥିଲେl




















