ଭୁବନେଶ୍ୱର,୨୧ା୧(ଡି ଏଚ) : ବିଜୁଳି ବିଲ୍ ଜମା କରିବା ପାଇଁ ସେସୁ ଏୟାରଟେଲ୍ ସହବନ୍ଧନରେ କଟକ ଓ ଭୁବନେଶ୍ବର ପାଇଁ ୧୬୦ ଏଆରଟେଲ୍ ପେମେଣ୍ଟ ବ୍ୟାଙ୍କ୍ କାଉଣ୍ଟରକୁ ଆଜିଠାରୁ କାର୍ଯ୍ୟକ୍ଷମ କରିଛି। ଆଗକୁ ରାଜ୍ୟର ସେସୁ କାମ କରୁଥିବା ସମସ୍ତ ଜିଲ୍ଲାରେ ୨୭ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହି ସେବା ଉପଲବ୍ଧ ହେବା ପାଇଁ ୧୦ ହଜାର କାଉଣ୍ଟର ଖୋଲାଯିବାକୁ ଯୋଜନା ରହିଛି। ସହିଦ ନଗରଠାରେ ଏକ କାଉଣ୍ଟରକୁ ଉଦ୍ଘାଟନ କରିବା ଅବସରରେ ମହା ପ୍ରବନ୍ଧକ(ବାଣିଜ୍ୟିକ) ମନୋଜ ସିଂହ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ମୋବାଇଲ୍ ‘ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ୍’ ଆପ୍ ଜରିଆରେ ଘରେ ବସି ମଧ୍ୟ ବିଜୁଳି ବିଲ୍ ଜମା କରିହେବ।



















