Saturday, September 19, 2026
ADVERTISEMENT
Home ଖେଳ ବିଶ୍ବକପ: ୱେଷ୍ଟଇଣ୍ଡିଜ ଆଗରେ ୨୬୯ ରନର ବିଜୟ ଲକ୍ଷ୍ୟ

ବିଶ୍ବକପ: ୱେଷ୍ଟଇଣ୍ଡିଜ ଆଗରେ ୨୬୯ ରନର ବିଜୟ ଲକ୍ଷ୍ୟ

429
ADVERTISEMENT

ନୂଆଦିଲ୍ଲୀ, ୨୭/୬(ଡ଼ିଏଚବି): ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆଜି ଖେଳାଯାଉଥିବା ଭାରତ- ୱେଷ୍ଟଇଣ୍ଡିଜ୍ ବିଶ୍ବକପ ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ ପାଇଁ ୨୬୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୮୨ ବଲରୁ ସର୍ବାଧିକ ୭୨ ରନ(୮ଟି ଚୌକା) କରିଥିବାବେଳେ ମହେନ୍ଦ୍ର ସିଂ ଧୋନୀ ୬୧ ବଲରୁ ୫୬ ରନ(୨ ଟି ଛକା, ୩ଟି ଚୌକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୪୬ ରନ୍(୫ଟି ଚୌକା) ସ୍କୋର କରିଛନ୍ତି। ୱେଷ୍ଟଇଣ୍ଡିଜ ପକ୍ଷରୁ କେମାର ରୋଚ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଛନ୍ତି।

Advertisement