ଗୁଜରାଟ ରଘୁବୀର ମାର୍କେଟରେ ନିଆଁ

236
ADVERTISEMENT

ସୁରଟ,୨୧।୧ (ଡି.ଏଚ ): ଗୁଜରାଟ ସୁରଟର ରଘୁବୀର ମାର୍କେଟରେ ମଙ୍ଗଳବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁକୁ ଲିଭାଇବା ପାଇଁ ୪୦ ଦମକଳ ଗାଡି ଚେଷ୍ଟା ଚଲାଇଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ନିଆଁର ଭୟାବହତା ଏତେ ରହିଛି ଯେ ୧୦ ମହଲା ବିଶିଷ୍ଟ କପଡା ମାର୍କେଟ ଏଥିରେ ସମ୍ପୂର୍ଣ୍ଣ ପୋଡି ଯାଇଥିବା କୁହାଯାଉଛି। ଆଉ ଚାରିଆଡେ କେବଳ ଧୂଆଁ ନଜର ଆସିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଏହି ମାର୍କେଟର ୯ ମହଲାରେ ନିଆଁ ଲାଗିଥିଲା। ହେଲେ ସେଥିରେ ବିଶେଷ କିଛି କ୍ଷତି ହୋଇ ନ ଥିଲା। ଏଥର କିନ୍ତୁ ବହୁ ପରିମାଣର କପଡା ନଷ୍ଟ ହୋଇଥିବା କୁହାଯାଉଛି।

Advertisement