ଉପଜିଲ୍ଲାପାଳଙ୍କ ଚୁଟି ଭିଡ଼ି ଥିବା ବିଜେପି କର୍ମୀଙ୍କୁ ରାସ୍ତାକୁ ଘୋଷାଡ଼ି ଆଣି ଶକ୍ତଚାପୁଡ଼ା ମାରିଲେ ପ୍ରିୟା ବର୍ମା

613
ADVERTISEMENT

ମଧ୍ୟପ୍ରଦେଶ,୨୦ା୧(ଡି.ଏଚ) : ନାଗରିକତା ସଂଶୋଧନ ଆଇନକୁ ନେଇ କେଉଁଠି ବିରୋଧ ଚାଲିଛି ତ ଆଉ କେଉଁଠି ସମର୍ଥନର ରାଲି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ବର୍ତମାନ ସମୟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୦ ଜାନୁଆରି ୧୯ ତାରିଖରେ ମଧ୍ୟପ୍ରଦେଶର ରାଜଗଡଠାରେ ଧାରା ୧୪୪ ଲାଗିଥିଲା । ଆଉ ଠିକ୍‌ ଏହି ସମୟରେ ଧାରା ୧୪୪ ଧାରାକୁ ଖାତିର ନ କରି ନାଗରିକତା ସଂଶୋଧନ ଆଇନ୍‌ ସମର୍ଥନରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରାଲି ବାହାର କରିଥିଲେ। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ରାଜଗଡ଼ର ଉପଜିଲ୍ଲାପାଳ ପ୍ରିୟା ବର୍ମା ଯାଇ ପହଞ୍ଚିଥିଲେ ।

Advertisement