କୋଟପାଡ଼,୨୦ା୧( ସୁନୀଲ ଦାଶ ) : ଆଜି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁନ୍ଦୁରା ବ୍ଲକର ବାଗଦରି ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା l ସ୍ଥାନୀୟ ପାତ୍ରମୁଣ୍ଡା ପୋଖରୀ କଡ଼ କୁନ୍ଦୁରା ବାଗଦରି ମୁଖ୍ୟ ରାସ୍ତାରୁ ମିଳିଛି କୁମ୍ଭୀରର ମୃତ ଶରୀର l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେହି ଦୁର୍ବୁତ୍ତ ଟ୍ରାକକ୍ଟର ମଡ଼ାଇ ଏହାକୁ ହତ୍ୟା କରିଛନ୍ତି l ଗ୍ରାମବାସୀ ଏହି ଅଘଟଣ ସମ୍ପର୍କ ରେ ବନବିଭାଗକୁ ସୂଚନା ଦେଇଥିଲେ ଏବଂ ମୃତ କୁମ୍ଭୀରକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ ।




















