ଦିଲ୍ଲୀ ପରିବହନ ବିଭାଗ କାର୍ଯ୍ୟାଳୟରେ ଲାଗିଲା ନିଆଁ

313
ADVERTISEMENT

ନୂଆଦିଲ୍ଲୀ,୨୦ା୧(ଡି.ଏଚ) : ରାଜଧାନୀ ଦିଲ୍ଲୀର ସିଭିଲ ଲାଇନରେ ଥିବା ପରିବହନ ବିଭାଗ କାର୍ଯ୍ୟାଳୟରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏଥିରେ କାର୍ଯ୍ୟାଳୟର ପ୍ରାୟ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଖବରପାଇ ଦମକଳ ବିଭାଗର ପ୍ରାୟ ୮ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ଗତ ମାସରେ ଅନାଜ ମଣ୍ଡି ଅଞ୍ଚଳରେ ଲାଗିଥିବା ନିଆଁରେ ଅତିକମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisement