Friday, November 6, 2026
ADVERTISEMENT
Home ଜିଲ୍ଲା ଗନ୍ଧମାର୍ଦନ ଗୁପ୍ତେଶ୍ୱର ପୀଠରେ ମକର ମିଳନ

ଗନ୍ଧମାର୍ଦନ ଗୁପ୍ତେଶ୍ୱର ପୀଠରେ ମକର ମିଳନ

367
ADVERTISEMENT

ପାଇକମାଲ,୧୫।୧(କୁଞ୍ଜ ବିହାରି ସାହୁ) : ଗନ୍ଧମାର୍ଦନ ପାଦ ଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଅନ୍ୟତମ ମୁଖ୍ୟ ପୀଠ ଭାବେ ପରିଗଣିତ ଗୁପ୍ତେଶ୍ୱର ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ମକର ମିଳନ ଉତ୍ସବ ପାଳିତ ହୋଇଯାଇଛି । ଗୁପ୍ତେଶ୍ୱର ପୀଠର ସଭାପତି ଅନନ୍ତ ଧାରୁଆ ଓ ବିକ୍ରମ ସରାଫଙ୍କ ତତ୍ତ୍ଵାବଧାନରେ ଗୁପ୍ତେଶ୍ୱର ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ପୂଜା କର୍ତ୍ତା ରୂପେ ନବୀନ ସାହୁ ଓ ନିରାକାର ସାହୁ ତୁଲାଇ ଥିବାବେଳେ ପଣ୍ଡିତ ପ୍ରିୟବ୍ରତ ହୋମ କାର୍ଯ୍ୟ ସମ୍ପାଦନା କରିଥିଲେ। ମନ୍ଦିର ପୂଜକ ପ୍ରଦୀପ ମଲ୍ଲିକ ଗୁପ୍ତେଶ୍ୱର ପୀଠର ମହାପ୍ରଭୁ ଦେବ୍ ଦେବ୍ ମହାଦେବଙ୍କ ଠାରେ ଯଥାରୀତି ନୀତିରେ ପୂଜାର୍ଚ୍ଚନା କରିଥିଲେ । ଏ ଉପଲକ୍ଷେ ଏକ ମକର ମିଳନ ସଭା ଅନୁଷ୍ଠିତ ହୋଇ ଥିଲା। ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଦୂ ସାମ୍ବାଦିକ ଶ୍ରୀ ଧୀରେନ୍ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାମ୍ବାଦିକ କୁଞ୍ଜ ବିହାରି ସାହୁ ପରିଚାଳନା କରିଥିଲେ। ଅନ୍ୟତମ ବରିଷ୍ଠ ଅତିଥି ଭାବେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦିଲ୍ଲୀପ ବେହେରା ,ସାମ୍ବାଦିକ ନିରୋଜ ପାଣି, ବୁଲୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ମକର ମିଳନରେ ଡୋଳା ମଣି ସାହୁ, କାର୍ତ୍ତିକ ଭୋଏ, ପିଣ୍ଟୁ ସାହୁ,ଉତ୍ତମ ସାହୁ,ପଲ୍ଲବ ସାହୁ, ଶିବପ୍ରସାଦ ନେଗୀ,ଜୟନ୍ତ ସାହୁ,ହେମଲତା କର୍ଶେଲ,ଯଶବନ୍ତି କମାତି,ସୁକାନ୍ତି ମଲ୍ଲିକ,ଅଭି ନେଟି,ଅହଲ୍ୟା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପୀଠ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ନିମନ୍ତେ ଗୁପ୍ତେଶ୍ୱର ମନ୍ଦିର ପୀଠ ତରଫରୁ ନିବେଦନ କରାଯାଇ ଥିଲା । ପରିଶେଷରେ ପଣ୍ଡିତ ପ୍ରିୟବ୍ରତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Advertisement