ମୋଦୀଙ୍କୁ ପ୍ରଶଂସା କରୁକରୁ ବାଜପେୟୀଙ୍କ ବାବଦରେ ଭୁଲ ତଥ୍ୟ ଦେଇଦେଲେ ପ୍ରତାପ

314
ADVERTISEMENT



ନୂଆଦିଲ୍ଲୀ ୨୭/୬(ଡ଼ିଏଚବି): ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା |ପ୍ରତାପଙ୍କ ଭୁଲ ତଥ୍ୟକୁ ନେଇ ଏବେ ସରଗରମ ବିଜେପି ରାଜନୀତି | କାରଣ ଲୋକସଭାରେ ପ୍ରତାପ ମୋଦୀଙ୍କୁ ପ୍ରଶଂସା କରୁକରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳ ବିହାରୀ ବାଜପେୟୀଙ୍କ ବାବଦରେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି |

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବକ୍ତବ୍ୟ ରଖିବା ସମୟରେ ସୋମବାର ପ୍ରତାପ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ବିରୋଧୀଙ୍କ ଉପରେ ବର୍ଷିଥିଲେ | କିନ୍ତୁ କହିଥିଲେ ଯେ ୧୯୭୧ ମସିହାରେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରୁଥିଲେ | ସେ ଇନ୍ଦିରାଙ୍କୁ ଦୁର୍ଗା ବୋଲି କହିଥିଲେ | କଂଗ୍ରେସ ମଧ୍ୟ ଭଲ କଥା ପାଇଁ ପ୍ରଶଂସା କରିବା ଆବଶ୍ୟକ | ତେବେ ଖୋଦ ଅଟଳ ଜୀବିତ ଥିବା ସମୟରେ ଏ କଥାକୁ ଅସ୍ୱୀକାର କରିଥିଲେ | ବାଜପେୟୀ ସ୍ପଷ୍ଟ ଭାବେ ଗଣମାଧ୍ୟମକୁ କହିଥିଲେ ଯେ ସେ ଇନ୍ଦିରାଙ୍କୁ ଏଭଳି କିଛି ବି ସମ୍ବୋଧନ କରିନଥିଲେ | ୧୯୭୧ ମସିହା ଯୁଦ୍ଧ ପରେ ଯେତେବେଳେ ପାକିସ୍ତାନର ଦୁଇଭାଗ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା, ସେତେବେଳେ ବାଜପେୟୀ ଇନ୍ଦିରାଙ୍କୁ ଦୁର୍ଗା କହିଥିବାର ଆଲୋଚନା ହୋଇଥିଲା | କିନ୍ତୁ ବାଜପେୟୀ ଏହି କଥା ଖଣ୍ଡନ କରିଥିଲେ |



Advertisement