Tuesday, September 22, 2026
ADVERTISEMENT
Home ଜିଲ୍ଲା ରିମୋଟ୍ ଯୋଗୁଁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ :ବଡ଼ ଭାଇ ନେଲା ସାନ ଭାଇର ଜୀବନ

ରିମୋଟ୍ ଯୋଗୁଁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ :ବଡ଼ ଭାଇ ନେଲା ସାନ ଭାଇର ଜୀବନ

430
ADVERTISEMENT

ମାଲକାନଗିରି,୧୫।୧(ସତ୍ୟ ନାରାୟଣ ମିଶ୍ର) : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଙ୍ଗିନିଗୁଡା ଗାଁ ରେ ଘଟିଛି ଏକ ଅଭାବିନୟ ଘଟଣା। (ଟି.ଭି)ଟେଲିଭିଜନ ରିମୋଟ ପାଇଁ ଗଲା ଜୀବନ। ଗତକାଲି ଆଦିବାସୀଙ୍କ ପୁଷ୍ ପର୍ବ ଚାଲିଲା ବେଳେ ସମସ୍ତେ ଘର ବାହାରେ ନାଚ ଗୀତରେ ମସଗୁଲ୍ ହୋଇଯାଇଥିଲେ। ମହେଶ୍ୱର ଓ ଜଗବନ୍ଧୁ ଏହି ଗାଁ ରେ ପୁଷ୍ ପର୍ବ ପାଇଁ କୁଡୁମୁଲୁ ଗୁମାରୁ ବୁଲିବାକୁ ଆସିଥିଲେ। ସମସ୍ତେ ନାଚ ଗୀତରେ ମଶଗୁଲ୍ ଥିଲାବେଳେ ଏହି ୨ ବନ୍ଧୁ ଘର ଭିତରେ ଟିଭି ଦେଖୁଥିଲେ। କୌଣସି କାରଣରୁ ଦୁହିଁଙ୍କ ଭିତରେ ଝଗଡ଼ା ହୋଇ, ମହେଶ୍ୱର ପାଖେରେ ଥିବା ଧାରୁଆ ଅସ୍ତ୍ରରେ ଜଗବନ୍ଧୁଙ୍କ ବେକକୁ ଚୋଟ ମାରିଥିଲେ, ସେହି ଚୋଟରେ ଜଗବନ୍ଧୁଙ୍କ ବେକ କଟି ଯାଇଥିଲା। ସେହି ସ୍ଥାନରେ ମହେଶ୍ୱର ଜଗବନ୍ଧୁଙ୍କୁ ଚଟାଣରେ ଶୁଆଇ ଦେଇ ଗାଁ ରୁ ନିଖୋଜ ହୋଇ ଯାଇଥିଲେ। ଘର ଭିତରେ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ଜଗବନ୍ଧୁଙ୍କୁ ଦେଖି ଗାଁ ଲୋକେ ଚକିତ ହୋଇଯାଇଥିଲେ। ପରେ ଗାଁ ଲୋକେ ମିଶି ମହେଶ୍ୱର ଙ୍କୁ ଧରିଆଣି ପୋଲିସ କୁ ହସ୍ତାନ୍ତର କରିଥିଲେ। ପରେ, ସମସ୍ତେ ଗାଁ ଲୋକେ ମିଶି ଅଭିଯୁକ୍ତଙ୍କ ନାଁ ରେ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ମହେଶ୍ୱର ହନ୍ତାଳ୍, ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ମୁଡୁଲିଗୁଡ଼ା ଗ୍ରାମର ବୋଲି ଜଣାପଡିଛି। ମହେଶ୍ୱର ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜଗବନ୍ଧୁଙ୍କ ବେକକୁ ଚୋଟ ମାରିଥିଲେ। ସେହି ଚୋଟରେ ଜଗବନ୍ଧୁଙ୍କ ବେକ କଟି ଯାଇଛି। ବର୍ତମାନ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି। ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ପଠାଯାଇଛି।

Advertisement