Wednesday, August 19, 2026
ADVERTISEMENT
Home ଜାତୀୟ ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ଜାପାନର ଓସାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ଜାପାନର ଓସାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

325
ADVERTISEMENT

ନୂଆଦିଲ୍ଲୀ ୨୭/୬(ଡ଼ିଏଚବି): ପ୍ରମୁଖ ଆନ୍ତର୍ଜାତିକ ନେତାମାନଙ୍କ ସହ ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ଓସାକା ଠାରେ ପହଞ୍ଚିଛନ୍ତି। ସେ କେତେଗୁଡ଼ିଏ ବହୁପାକ୍ଷିକ ବୈଠକରେ ଉପସ୍ଥିତ ରହିବା ସହ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌୍‌ ଟ୍ରମ୍ପ୍‌ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ ବିଶ୍ୱ ନେତାମାନଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଭାରତରୁ ଯାଇ ଗୁରୁବାର ପ୍ରତ୍ୟୁଷରେ ଓସାକାରେ ପହଞ୍ଚିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ପ୍ରତ୍ୟୁଷରେ ଓସାକା ଆଗମନ। ଆଗାମୀ ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରହିଛି ଜି୨୦ ଶିଖର ବୈଠକ, ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ଆଲୋଚନା। ବିଶ୍ୱସ୍ତରୀୟ ଗୁରୁତ୍ୱ ଥିବା ଅନେକ ସମସ୍ୟା ସଂକ୍ରାନ୍ତରେ ସେ ବ୍ୟାଖ୍ୟା କରିବେ ଏବଂ ସେ ସଂକ୍ରାନ୍ତରେ ଭାରତର ମତ ଉପସ୍ଥାପନ କରିବେ।

Advertisement