Tuesday, September 22, 2026
ADVERTISEMENT
Home ଜିଲ୍ଲା ନକଲି ସି.ଆର.ସି.ସି ପୋଲିସ ହାବୁଡ଼ରେ

ନକଲି ସି.ଆର.ସି.ସି ପୋଲିସ ହାବୁଡ଼ରେ

396
ADVERTISEMENT

ଚିତ୍ରକୋଣ୍ଡା,୧୪।୧(ଡି.ଏଚ/ସତ୍ୟ ନାରାୟଣ ମିଶ୍ର) : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତର ଆର.ଏସ୍.ସି ୧୩ ନଂ ପ୍ରାଥମିକ ବିଦ୍ୟାଳୟରେ ତା.୧୧.୦୧.୨୦୨୦ ରିଖ ଦିନ ଚିତ୍ରକୋଣ୍ଡାରେ ବ୍ୟବସାୟ କରୁଥିବା ବସନ୍ତ ସାହୁ ନାମକ ଜଣେ ବ୍ୟବସାୟୀ ନିଜକୁ ସି.ଆର.ସି.ସି କହି ମୋତେ ମାଲକାନଗିରି ଜିଲ୍ଲାପାଳ ଏହି ବିଦ୍ୟାଳୟରେ କଣ କଣ ଅସୁବିଧା ଅଛି ସେସବୁର ତଦାରଖ କରିବା ପାଇଁ ପଠେଇଛନ୍ତି ବୋଲି ମିଛ କହିଥିଲେ । ଏପରି କହି ଆର.ଏସ୍.ସି ୧୩ ନଂ ସ୍କୁଲରେ ନିୟମିତ ଶିକ୍ଷକ ଆସୁନାହାନ୍ତି ବୋଲି ଗାଁ ଲୋକଙ୍କୁ କ୍ୟାମେରା ସାମ୍ନାରେ କହିବାକୁ ବାଧ୍ୟ କରାଇଥିଲେ ବୋଲି ଗାଁ ଲୋକେ ଅଭିଯୋଗ ଆଣିଛନ୍ତି ଓ ଘର ଭିତରୁ ସମସ୍ତଙ୍କୁ ହାତ ଧରି ଟାଣି ଟାଣି ଆଣି ଶିକ୍ଷକଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରୁଥିଲେ ବ୍ୟକ୍ତି ଜଣକ। ଗାଁ ଲୋକେ କିଛି ନ କହିବାରୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବସନ୍ତ ସାହୁ। ଏହା ପରେ ସ୍କୁଲ୍ ସଭାପତି ଚିତ୍ରକୋଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisement