Tuesday, September 22, 2026
ADVERTISEMENT
Home ଜାତୀୟ ଭାରତ ଜାତୀୟ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦେବ: ଏସ୍‌.ଜୟଶଙ୍କର

ଭାରତ ଜାତୀୟ ସ୍ୱାର୍ଥକୁ ପ୍ରଥମେ ଗୁରୁତ୍ୱ ଦେବ: ଏସ୍‌.ଜୟଶଙ୍କର

384
ADVERTISEMENT

ନୂଆଦିଲ୍ଲୀ, ୨୬/୬(ଡ଼ିଏଚବି): ଡିଲ୍ କଲାବେଳେ ଭାରତ ପ୍ରଥମେ ଜାତୀୟ ସ୍ୱାର୍ଥକୁ ହିଁ ଗୁରୁତ୍ୱ ଦେବ। ଆମେରିକା ରୁଷ୍‌ ଉପରେ କଟକଣା ଲଗାଇଥିବା ବେଳେ ଭାରତ ଏହି ରାଷ୍ଟ୍ରଠାରୁ ଏସ୍‌ ୪୦୦ମିସାଇଲ୍‌ କିଣିବା କ୍ଷେତ୍ରରେ ମଧ୍ୟ ସେହି ନୀତି ଆପଣାଇବ। ବୁଧବାର ଆମେରିକାକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏକଥା ସ୍ପଷ୍ଟ ରୂପରେ ଜଣାଇଦେଇଛନ୍ତି।

ଆଜି ଜୟଶଙ୍କର ତାଙ୍କର ଆମେରିକା ପ୍ରତିପକ୍ଷ ମାଇକ୍‌ ପମ୍ପିଓଙ୍କ ସହିତ ଦ୍ୱିପାକ୍ଷିକ ବୈଠକ ସମୟରେ ଏହି ମତ ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ଆମେରିକାର ସହଯୋଗୀ ରାଷ୍ଟ୍ର ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଏବେ ଏକ ନୂଆ ସୋପାନରେ ପହଞ୍ଚିଛି। ଭାରତର ବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ରହିଛି। ଆମେ ଆମ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ଅନ୍ୟ ରାଷ୍ଟ୍ରମାନଙ୍କ ଜାତୀୟ ସ୍ୱାର୍ଥକୁ ସମ୍ମାନ ଜଣାଉଛୁ। ସେହିଭଳି ଆତଙ୍କବାଦୀ ଦମନରେ ଟ୍ରମ୍ପ ପ୍ରଶାସନ ଭାରତକୁ ଯେଭଳି ସହଯୋଗ କରିଆସୁଛନ୍ତି ସେଥିପାଇଁ ଜୟଶଙ୍କର ଆମେରିକାକୁ ଧନ୍ୟବାଦ ଜଣାଇଥିଲେ।

ପମ୍ପିଓ ମଙ୍ଗଳବାର ରାତିରେ ଭାରତ ପହଞ୍ଚିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିଭଳି ମୋଦି ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସହ ଜି୨୦ ସମ୍ମିଳନୀ ଅବସରରେ ଜାପାନର ଓସାକାଠାରେ ବୈଠକ କରିବାର ଯୋଜନା ରହିଛି।

Advertisement