Tuesday, November 10, 2026
ADVERTISEMENT
Home ରାଜ୍ୟ ବନ ବିଭାଗ ଅଧିକାରୀଙ୍କ ନିରବଦ୍ରଷ୍ଟ୍ରା ପାଇଁ ଅଲିଭ ରିଡ଼ଲେ କଇଁଚଙ୍କ ମୃତ୍ୟୁ

ବନ ବିଭାଗ ଅଧିକାରୀଙ୍କ ନିରବଦ୍ରଷ୍ଟ୍ରା ପାଇଁ ଅଲିଭ ରିଡ଼ଲେ କଇଁଚଙ୍କ ମୃତ୍ୟୁ

279
ADVERTISEMENT

ଭୁବନେଶ୍ୱର,୧୦।୧(ଡି.ଏଚ) : କୋଣାର୍କ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ୩ କିଲୋମିଟର ଦୂର ସମୂଦ୍ର ବେଳାଭୂମୀରେ କେତେକ ଜାଗାରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଚ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ଗର୍ଭରେ କୌଣସି ମାଛଧରା ଯନ୍ତ୍ରଚାଳିତ ଟ୍ରଲର ଆଘାତରେ ଏହି ଅଲିଭ ରିଡଲେ କଇଁଚମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ସମ୍ପ୍ରତି ନଭେମ୍ବର ମାସ ୧ ତାରିଖ ଠରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିରଳ ଅଲିଭ ରିଡଲେଙ୍କ ସଙ୍ଗମ ଜାରି ରହିଥାଏ । ଓଡିଶା ମେରାଇନ ଫିସରି ରେଗୁଲେସନ ଆକ୍ଟ ୧୯୮୨ ଅନୁଯାୟ ଏହି ସମୟାବଧି ମଧ୍ୟରେ ବଙ୍ଗୋପସାଗର ଉପକୂଳ ଠାରୁ ସମୁଦ୍ର ଗର୍ଭ ମଧ୍ୟକୁ ୫କିମି ଦୂର ପର୍ଯ୍ୟନ୍ତ ବିରଳ ପ୍ରଜାତିର ଅଲିଭରିଡ଼ିଲ କଇଁଚମାନଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ନିଷିଧ୍ୟାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟରେ ଅଲିଭରିଡ଼ିଲ କଇଁଚମାନେ ସମୁଦ୍ର ଉପକୂଳରେ ଅଣ୍ଡା ଦେବା ପାଇଁ ଦଳ ଦଳ ହୋଇ ଉପକୂଳକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଉପକୂଳର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଚଳପ୍ରଚଳ କରିଥାନ୍ତି । ନିଷିଦ୍ଧାଞ୍ଚଳରେ ମଟର ଚାଳିତ ମାଛଧରା ଟ୍ରଲର ବେଆଇନ ଭାବେ ପ୍ରବେଶକରି ମାଛ ଧରୁଥିବା ବେଳେ ଜାଲ ପଡିବା ସହ ଟ୍ରଲରର ଫ୍ୟାନ ଦ୍ୱାରା ଏହି ଅଲିଭ ରିଡ଼ିଲ କଇଁଚମାନେ ମାଡ ହୋଇ ମୃତ୍ୟୁ ବରଣ କରିଥାନ୍ତି । ନିଷିଦ୍ଧାଞ୍ଚଳରେ ପ୍ରତ୍ୟହ ଅହୋରାତ୍ର ମାଳମାଳ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଯୋଗୁଁ ଅଲିଭ ରିଡଲେ କଇଁଚଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ୁଛି । ଏଥିପ୍ରତି ମେରାଇନ ଫିସରୀ ଓ ବନ ବିଭାଗ ଅଧିକାରୀ ନିରବଦ୍ରଷ୍ଟ୍ରା ସାଜି ଏପରି ବେଆଇନ କାର୍ଯ୍ୟକୁ ପରୋକ୍ଷରେ ପ୍ରେତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ବୋଲି ପରିବେଶବିତ୍ ମାନେ ମତପ୍ରକାଶ କରିଛନ୍ତି ।

Advertisement