ପାରଳାଖେମୁଣ୍ଡି,୧୦।୧(ଡି.ଏଚ/ପ୍ରଭାତ ପାତ୍ର ) : ପାରଳା ମହାରାଜ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଗୋପୀନାଥ ଗଜପତିଙ୍କ ଆଜି ସକାଳ ୪:୧୫ ରେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲର ଦେହାନ୍ତ ହୋଇଛନ୍ତି । ସେ ବହୁଦିନ ଧରି ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା ହୋଉଥିଲେ । ଆଜି ସକାଳ ୪:୧୫ ମିନିଟରେ ବିୟୋଗ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ବେଳେ ତାଙ୍କ କନ୍ୟା ରାଜକୁମାରି କଲ୍ୟାଣି ଦେବୀ ଉପସ୍ଥିତ ଥିଲେ । ମହାରାଜଙ୍କ ମୃତ୍ୟୁ ଖବର ପାଇ ସମଗ୍ର ଗଜପତି ଜିଲ୍ଲା ବାସୀଙ୍କ ହୃଦୟରେ ଶୋକର ଛାୟା ଖେଳିଯାଇଛି ।



















