Tuesday, September 8, 2026
ADVERTISEMENT
Home Uncategorized ଗଜପତିରେ ବନ୍ଦର ପ୍ରଭାବ

ଗଜପତିରେ ବନ୍ଦର ପ୍ରଭାବ

304
ADVERTISEMENT

ପାରଳାଖେମୁଣ୍ଡି,୮।୧(ଡି.ଏଚ/ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ ଗୋଟି ବ୍ଲକ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ, ଡାକଘର, ବସଚଳାଚଳ, ଦୋକାନ, ବଜାର, ପେଟ୍ରୋଲ ପମ୍ପ ସବୁ ବନ୍ଦ ରହିଥିଲା। ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା। ଏଥିରେ ୧୦ ଗୋଟି ଟ୍ରେଡ ସଙ୍ଗଠନ ଭାଗ ନେଇ ବନ୍ଦ ପାଳନ, ପେକେଟଂ, ଶୋଭାଯାତ୍ରା ଅଦି କରିଥିଲେ। ଏହି ବନ୍ଦ ପାଳନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ପୋଲିସ ୧୨ ଜଣଙ୍କୁ ସେଠାରୁ ନେଇଥିଲେ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଜପତି ଜିଲ୍ଲାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି।

Advertisement