Saturday, September 26, 2026
ADVERTISEMENT
Home କୋରାପୁଟ ନିଖୋଜ କନିଷ୍ଟ ଯାନ୍ତ୍ରୀଙ୍କ ସନ୍ଧେହ ଜନକ ମୃତ୍ୟୁ

ନିଖୋଜ କନିଷ୍ଟ ଯାନ୍ତ୍ରୀଙ୍କ ସନ୍ଧେହ ଜନକ ମୃତ୍ୟୁ

324
ADVERTISEMENT

ବୋରିଗୁମ୍ମା,୮।୧(ଡି.ଏଚ/ସୁନୀଲ ଦାସ) : କାର୍ଯ୍ୟରତ RWSS ର ଜଣେ କନିଷ୍ଟଯନ୍ତ୍ରୀ ଗତ କାଲି ଠାରୁ ନିଖୋଜ।ନିଖୋଜ କନିଷ୍ଟ ଯନ୍ତ୍ରୀ ଜଣକ ହେଲେ ବୋରିଗୁମ୍ମା ବ୍ଲକର ଭେଙ୍କେଟଶ୍ୱର ରାଓ । ଯାହାକୁ ନେଇ ଗତକାଲି ସନ୍ଧ୍ୟାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହାକାରୀ ଯନ୍ତ୍ରୀ H. N ରଥ ବିସିଂହପୁର ଥାନାରେ ଏକ ମିଶିଙ୍ଗ କେସ ଦେଇଛନ୍ତି । ଘଟଣାର 24 ଘଣ୍ଟା ପରେ ଆଜି ନିଖୋଜ କନିଷ୍ଟଯନ୍ତ୍ରୀଙ୍କ ସ୍ତ୍ରୀ ଟି. ସାଙ୍ଗମିତ୍ରା ପାତ୍ର।ଘଟଣାକୁ ନେଇ ନିଜପଟୁ ଏକ ପାଲଟା ଏତଲା ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଘଟଣାର ମୋଡ଼କୁ ଅଧିକ ସନ୍ଦେହ ଘେରକୁ ଟାଣି ନେଉଛି।ତାଙ୍କ ସ୍ତ୍ରୀ କହିବା କଥା ଯେ ୫ଜଣ ଏକାସାଙ୍ଗରେ ଗୋଟିଏ ସ୍ଥାନ କୁ ଗୋଟିଏ ଗାଡି ରେ ଯାଇଥିଲେ ଚାରି ଜଣ ସୁରକ୍ଷିତ ଫେରି ଥିବା ବେଳେ ନିଜ ସ୍ୱାମୀ ନିଖୋଜ ହେବା ଜାଣି ପାରିଲେ ନି କେମିତି ତାହାକୁ ନେଇ ସନ୍ଦେହ କରୁଛନ୍ତି ।ତେବେ ଘଟଣା ସ୍ଥଳରେ ପୋଲିସ sp ଓ sdpo ହରେକୃଷ୍ଣ ମାଝୀ ,ଗ୍ରାମ୍ୟଜଳଯୋଗଣ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିସିଂହପୁର ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ହେଲେ ବର୍ତ୍ତମାନ ମୋବାଇଲକୁ ଟ୍ରାକ କରାଯାଇ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ। ପୋଲିସ ଏସ୍ପି ସମେତ ସାଇଣ୍ଟିଫିକ ଦଳ ପହଂଚି ଏହାର ତଦନ୍ତ ଜାରି ରଖିଛି । ତେବେ କେମିତି ଏଠାକୁ ମୃତ ଦେହ ଆସିଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Advertisement