Friday, September 25, 2026
ADVERTISEMENT
Home କୋରାପୁଟ ଜୟପୁର ଘରୋଇ ବସ ମାଳିକସଙ୍ଗର ଧର୍ମଘଟ

ଜୟପୁର ଘରୋଇ ବସ ମାଳିକସଙ୍ଗର ଧର୍ମଘଟ

299
ADVERTISEMENT

ଜୟପୁର ,୪ା୧(ଡି.ଏଚସୁନୀଲ ଦାସ ): ଆଜି ଜୟପୁର ଘରେଇ ବସ ମାଳିକସଙ୍ଗର ଧର୍ମଘଟ। ବସ କଣ୍ଡକ୍ଟରଙ୍କୁ ଗୁଣ୍ଡାଗିରି ଏବଂ ଧମକ ଦେଇଥିବା ଅପରାଧୀଙ୍କୁ ଗିରଫ କରିବା ସହ ବସଷ୍ଟାଣ୍ଡର ମୌଳିକ ସୁବିଧାର ବିକାଶ କରିବା ଦାବି ରେ ଆଜି ଜୟପୁର ଘରେଇ ବସ ମାଲିକ ସଂଘ ଧର୍ମଘଟ କରିଛି। ଗତ କାଲି ରାତ୍ରରେ 4ଜଣ ଦୁର୍ବୁତ୍ତ ଆସି ସଙ୍ଘ ର କର୍ମଚାରୀ ମାନଙ୍କୁ ଖଣ୍ଡା କାତି ପିଷ୍ଟଲ ଧରି ଭୟଭୀତ କରିଥିଲେ । ତାହାକୁ ପ୍ରତିବାଦ କରି ଆଜି ସମସ୍ତ ବସ ମାଲିକ ଏକ ହୋଇ ଧର୍ମଘଟ ଜାରି ରଖିଛନ୍ତି । ସନ୍ଧ୍ୟା6ଟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କୋରାନଗଲେ ଆସନ୍ତା କାଲି ରାଜା ରାସ୍ତାକୁ ଆସିବାକୁ ଚେତାବନୀ ଦେଇଛି। ସେପଟେ ବସ ଧର୍ମଘଟ ଯାଗୁଁ ଜୟପୁର ରୁ ଯାଉଥିବା ଆଭିଭକ୍ତ କୋରାପୁଟ ଜିଲ୍ଲାର ବାସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀ କର୍ମଚାରୀ ଏବଂ କଲେଜ ସ୍କୁଲ ଛାତ୍ରୀ ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ କରାଯାଇଥିବା ଲକ୍ଷ କରାଯାଇଛି ।

Advertisement