Wednesday, September 23, 2026
ADVERTISEMENT
Home ଜାତୀୟ ୨୦୪ଦିନର ରହଣି ପରେ ପୃଥିବୀରେ ପାଦ ରଖିଲେ ୩ ମହାକାଶଚାରୀ

୨୦୪ଦିନର ରହଣି ପରେ ପୃଥିବୀରେ ପାଦ ରଖିଲେ ୩ ମହାକାଶଚାରୀ

322
ADVERTISEMENT

ନୂଆଦିଲ୍ଲୀ, ୨୫/୬(ଡ଼ିଏଚବି): ମହାକାଶରେ ଦୀର୍ଘ ୨୦୪ ଦିନ ରହିବାପରେ ୩ ଜଣ ମହାକାଶଚାରୀ ଆଜି ପୃଥିବୀକୁ ଫେରି ଆସିଛନ୍ତି। ସକାଳ ୮ଟା ୪୭ମିନିଟରେ କାଜାକସ୍ଥାନର କାରାଗାଣ୍ଡାଠାରେ ଓହ୍ଲାଇ ସେମାନେ ପାଦ ରଖିଛନ୍ତି। ସେମାନଙ୍କ ମଧ୍ୟରେ ନାସାର ମହାକାଶଚାରୀ ଆନେ ମ୍ୟାକ୍‌କ୍ଲେନ୍‌, ରୁଷିଆ ଅନ୍ତରୀକ୍ଷ ଯାତ୍ରୀ ଓଲେଗ୍‌ କୋନୋନେନ୍‌କୋ ଏବଂ କାନାଡ଼ା ମହାକାଶ ସଂସ୍ଥା ମହାକାଶଚାରୀ ଡେଭିଡ୍‌ ସେଣ୍ଟ୍‌-ଜାକ୍ୟୁସ୍‌ ରହିଛନ୍ତି। ସେମାନେ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ବିଶେଷ ତଥ୍ୟ ଉପରେ ଗବେଷଣା କରୁଥିଲେ। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ୬ଜଣ ମହାକାଶଚାରୀ ଗବେଷଣା କରୁଥିଲେ। ତେବେ, ବାକି ୩ଜଣ- ଆମେରିକାର ନିକ୍‌ ହଗ୍‌, କ୍ରିଷ୍ଟିଆନ୍‌ କୋଚ୍‌ ଏବଂ ରୁଷିଆର ଆଲେକ୍ସି ଓଭଚିନିନ୍‌ ସେଠି ଗବେଷଣା ଜାରି ରଖିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।

Advertisement