ବରଗଡ,୨୭।୧୨(ଡି.ଏଚ/କୁଞ୍ଜ ବିହାରି ସାହୁ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ବସ୍ ଷ୍ଟାଣ୍ଡ ସ୍ଥିତ ପଞ୍ଚାୟତ ହାଇସ୍କୁଲରେ ଏହି ବର୍ଷ ୨୫ ବର୍ଷ ପୂର୍ତ୍ତି ହେବାରୁ ପାଇକମାଳ ବିଇଓ ଚୂଡାମଣି ବାରିକଙ୍କ ସଭାପତିତ୍ବରେ ରୌପ୍ଯ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଥିଲା। ଏହି ରୌପ୍ଯ ଜୟନ୍ତୀ ମୁଖ୍ଯ ଅତିଥି ପଦ୍ମ ଶ୍ରୀ ହଳଧର ନାଗ, ମୁଖ୍ଯବକ୍ତା ଡଃ ବଦ୍ରୁ ବାୟାନ ମହାପାତ୍ର,ସମ୍ମାନିତ ଅତିଥି ଆଦିମ ବିଚାର ଅଭିନେତା ଅଟଳ ବିହାରୀ ପଣ୍ଡା, ବ୍ଯଙ୍ଗ କବି ମନୋ ରଞ୍ଜନ ସାହୁ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ସ୍ବାମୀ ବ୍ରତାନନ୍ଦ ସରସ୍ଵତୀ,ଅଲତାପ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ଅନେକ କବିତା ଓ ବକ୍ତବ୍ଯ ମାଧ୍ୟମରେ ଶ୍ରୋତା ମଣ୍ଡଳୀଙ୍କୁ ମୁଗ୍ଧ କରିଥିଲେ। ଶେଷରେ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଂନ୍ଧ୍ଯାରେ ବିଦ୍ୟାଳୟର ପୁରାତନ ତଥା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦ ସଭ୍ଯ ନରୋତ୍ତମ ମାଝୀ, କ୍ଷତି ଗଏଁତା, ଅଜିତ କୁମାର ପ୍ରଧାନ, ସୁରେନ୍ଦ୍ର ପାତ୍ର, ଗଙ୍ଗାଧର ରଣା, ମଦନ ଭୋଇ, ଜିତୁନ ପଟ୍ଟନାୟକ, କୌଲାସ ହିଂସ ପ୍ରମୁଖ ସହଯୋଗ କରିଥିଲେ।






















