Friday, November 6, 2026
ADVERTISEMENT
Home ଜିଲ୍ଲା ବରଗଡ଼ରେ ୨୫ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ

ବରଗଡ଼ରେ ୨୫ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ

338
ADVERTISEMENT

ପାଇକମାଲ,୨୬।୧୨(ଡି.ଏଚ/କୁଞ୍ଜ ବିହାରି ସାହୁ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବୁଧବାର ଦିନ ତୃତୀୟ ଦିବସ ଥିଲା। ମୁଖ୍ଯ ଅତିଥି ଭାବରେ ମଙ୍ଗଳୁ ସାହୁ,ସମ୍ମାନିତ ଅତିଥି ଭାବେ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ। ଦ୍ବିତୀୟ କ୍ବାଟର ଫାଇନାଲ ଖେଳରେ ଉଭୟ ପର୍ଯ୍ୟାୟରେ କରିମ ସ୍ପୋଟର୍ସ ନାଗପୁରକୁ ପରାସ୍ତ କରି କଟକର ରାଇଜିଂ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ସେମି ଫାଇନାଲକୁ ଉନ୍ନୀତ ହୋଇଛି । ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଅରବିନ୍ଦ ସିଂ ୩୮ରନ, ଗିରିବା ବାରିକ ୪୧ ରନ, ପ୍ରତୀକ ନାୟକ ୨୫ ରନ କରିଥିଲେ। ସେହିପରି କରିମ ସ୍ପୋଟର୍ସ ପକ୍ଷରୁ ସଞୀୟ ଭାଟା ୨୩ ରନ, ରିଷଭ ଶୁକ୍ଳା ୧୫ରନ, ସୌଗାତ ଲେହେର ୧୯ ରନ କରିଥିଲେ। ପୁରସ୍କାର ବିତରଣୀରେ ଡଃ ଲଳିତ କୁମାର ସାହୁ ମ୍ଯାନ ଅଫ ଦି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ। ଅମୀୟ କୁମାର ସାହୁ, ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିବା ବେଳେ ପ୍ରମୋଦ ଦାସ, କାହ୍ନା ସାହୁ ସ୍ଲୋରର ଦାୟିତ୍ବ ସମ୍ଭାଳି ଥିଲେ। କାର୍ତ୍ତିକ ନିଆର ଓ ପ୍ରହଲ୍ଲାଦ ଭୋଇ ଧାରା ବିବରଣୀ ପାଠ କରିଥିଲେ। ଗୁରୁବାର ଦିନ ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ରାଞ୍ଚି ରେଲୱେ ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହେବ।

Advertisement