Monday, November 23, 2026
ADVERTISEMENT
Home ଜାତୀୟ ଫ୍ଲାଏ ଓଭର ତଳେ ଫସି ରହିଛି ବିମାନ, ରାସ୍ତାରେ ଟ୍ରାଫିକ୍ ଜାମ୍

ଫ୍ଲାଏ ଓଭର ତଳେ ଫସି ରହିଛି ବିମାନ, ରାସ୍ତାରେ ଟ୍ରାଫିକ୍ ଜାମ୍

353
ADVERTISEMENT

କୋଲକାତା,୨୪/୧୨,(ଡି.ଏଚ ): ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଏକ ବିମାନ ଫସିଯାଇଥିବା ଜଣାଯାଇଛି । ବିମାନଟିଏ ଏପରି ଭାବରେ ଫ୍ଲାଏ ଓଭର ତଳେ ଫସିଛି, ଯାହାକୁ ବାହାର କରିବାକୁ ନାକେଦମ୍ ହେବାକୁ ପଡ଼ିଲାଣି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରକ ଯୋଗେ ନିଆଯାଉଥିଲା ।ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ ଯିବା ବେଳେ ରାସ୍ତା ମଝିରେ ଥିଲା ଏକ ଫ୍ଲାଏ ଓଭରରେ ମାଡ଼ ହୋଇଥିଲା । କୁହୁଡି ପଡ଼ିଥିବାରୁ ଟ୍ରକ ଚାଳକ ଜାଣିପାରି ନ ଥିଲେ କି ଫ୍ଲାଏଓଭର ଉଚ୍ଚତା କମ୍ ରହିଛି। ଫଳରେ ଏହାକୁ ଅତିକ୍ରମ କରିବା ବେଳେ ବିମାନର ଉପର ଅଂଶ ଫ୍ଲାଏଓଭର ଛାତରେ ଲାଗି ଯାଇଥିଲା ।ତେବେ ବିମାନର ଅଧା ଭାଗ ଫ୍ଲାଏ ଓଭରକୁ ଅତିକ୍ରମ କରିଥିବା ବେଳେ ହଠାତ୍ ଫସି ଯାଇଥିଲା ଟ୍ରକଟି । ଚାଳକଙ୍କର ସମସ୍ତ ଉଦ୍ୟମ ପରେ ବି ଆଗକୁ ଯାଇପାରିନଥିଲା ଗାଡ଼ି । ଟ୍ରକ ଏବେ ଆଗକୁ ଯାଇ ପାରୁନି, କିମ୍ୱା ପଛକୁ ବି ଆସିପାରୁନି । ବିମାନଟି ଟ୍ରକ ଡାଲା ଓ ଫ୍ଲାଏଓଭର ଛାତ ମଧ୍ୟରେ ଚାପି ହୋଇରହିଛି । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥରେ ଏପରି ଅଘଟଣକୁ ନେଇ ଟ୍ରାଫିକ୍ ଜାମ୍ ବି ହୋଇଛି । ଗତକାଲି ମଧ୍ୟରାତ୍ରିରୁ ଏ ଯାଏଁ ବିମାନଟି ଫସି ରହିଛି ଫ୍ଲାଏ ଓଭର ତଳେ । ପୁଲିସ ଏ ସଂପର୍କରେ ଖବର ପାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisement