Tuesday, September 29, 2026
ADVERTISEMENT
Home କୋରାପୁଟ ଦଦରା କୁଡ଼ିଆରେ ବିତୁଛି ଜୀବନ

ଦଦରା କୁଡ଼ିଆରେ ବିତୁଛି ଜୀବନ

250
ADVERTISEMENT

ବୋରିଗୁମ୍ମା,୨୪/୧୨,ଡି.ଏଚ/ଦୟାନିଧି ପଟନାୟକ ) : 2020 ସୁଦ୍ଧା କଚା କୁଡ଼ିଆ ପକ୍କା ହେବ କେହି ଜଣେ ବି ଗୃହହୀନ ହୋଇ ରହିବେ ନାହିଁ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଘୋଷଣା ପରେ ଗୃହହୀନ ଅଥବା ଦଦରା କୁଡ଼ିଆରେ କୌଣସି ମତେ ମୁଣ୍ଡ ଗୁଞ୍ଜିଥିବା ଗରିବ ଲୋକଙ୍କ ମନରେ ବଡ ଆଶା ସଂଚାର ହୋଇଥିଲା।କିନ୍ତୁ ସହର ହେଉ କି ଗାଁ ଏବେ ବି ଅନେକ ଗରିବଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ସେହି ଭଙ୍ଗା ଦଦରା କୁଡ଼ିଆରେ ଜୀବନ ବିତାଉଛି। କୋରାପୁଟ ଜିଲ୍ଲା କାମତା ପଞ୍ଚାୟତ ନୂଆଗୁଡା ଗ୍ରାମର ଭାଲୁ ଜାନୀ , ବୟସ ୭୫।ପରିବାର କହିଲେ ଗୋଟିଏ ପୁଅ।ଝିଅ ଏବଂ ସ୍ୱାମୀ ଆରପାରିରେ।ଭାଲୁ ଜାନୀ ଶିଆଳି ପତ୍ରରେ ଖୋଲି,ଦନା ତିଆରି କରି ବିକ୍ରି କରନ୍ତି।ପୁଅ ଡ଼ମୁ ଜାନୀ କିଛି ଅଧିକ ରୋଜଗାର କରି ଘରଟିଏ ତିଆରି କରିବା ଆଶାରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଯାଇଥିଲେ।କିନ୍ତୁ ହଠାତ ଡ଼ମୁଙ୍କ ଦେହ ଖରାପ ହେବାକୁ ଲାଗିଲା।ସେ ଆନ୍ଧ୍ରପ୍ରଦେଶରୁ ଚାଲିଆସିଲେ ନିଜ ଗାଁ ନୂଆଗୁଡାକୁ।ବର୍ତ୍ତମାନ ସେ ଆଉ କିଛି କଷ୍ଟ କାମ କରିପାରୁନାହାନ୍ତି।ମା ପୁଅ ମୁଣ୍ଡ ଗୁଞ୍ଜିବା ପାଇଁ ସେହି ଭଙ୍ଗା ଦଦରା କୁଡ଼ିଆ ହିଁ ସାହାରା।ବର୍ଷା ଦିନରେ ମା ପୁଅ ଲୋକଙ୍କ ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି।ନା ଅଛି କବାଟ ନା ଝରକା ,ଚାଳ ଛପରରୁ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ। ପ୍ରଶାସନ ତରଫରୁ ଖଣ୍ଡିଏ ପାଲ ଦେଇ କାମ ସାରିଦେଇଛନ୍ତି । ଦଦରା କୁଡ଼ିଆ ହୋଇପାରିନି ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କା ଘରର ରୂପ। ନିଛୋକ ଉଦାହରଣ। ଦଦରା କୁଡ଼ିଆରେ ବର୍ଷ ବର୍ଷ ଧରି ରହିଥିବା ଏହି ଅସହାୟଙ୍କୁ ଏଯାଏଁ ପକ୍କା ଘର ସୌଭାଗ୍ୟ ଜୁଟି ନାହିଁ। ଲାଗୁଚି ଯେମିତି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିରେ ଭଙ୍ଗା କୁଡ଼ିଆରେ ରହୁଥିବା ଭାଲୁ ଜାନୀ ଆବାସ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ୟ ନୁହଁନ୍ତି।ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟଙ୍କୁ ଗୁହାରି କରି ଶେଷରେ ହାରି ଯାଇଛନ୍ତି।

Advertisement