Tuesday, September 22, 2026
ADVERTISEMENT
Home ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ପହଁଚିଲେ କୃଷିମନ୍ତ୍ରୀ

ସ୍ଵାଭିମାନ ଅଞ୍ଚଳରେ ପହଁଚିଲେ କୃଷିମନ୍ତ୍ରୀ

342
ADVERTISEMENT

ଚିତ୍ରକୋଣ୍ଡା,୨୩।୧୨:(ଡି.ଏଚ/ସତ୍ୟନାରାୟଣ ମିଶ୍ର) : ବଡପଡା ଠାରେ ପହଞ୍ଚିଲେ କୃଷିମନ୍ତ୍ରୀ ଅରୁଣ ସାହୁ,ପ୍ରଥମଥର ପାଇଁ ସ୍ଵାଭିମାନ ଅଞ୍ଚଲରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । ମଣ୍ଡିର ଶୁଭ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ବିଚ୍ଛିନ୍ନାଞ୍ଚଳ ରୁ ସ୍ଵାଭିମାନ ଅଞ୍ଚଳ ଘୋଷଣା ପରେ ବିକାଶର ପ୍ରଥମ ପାଦ ପଡ଼ିଛି ଏହି ସ୍ଵାଭିମାନ ଅଂଚଲରେ। ଏହି ସବୁ ଅଞ୍ଚଳର ଉନୟନ୍ ମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ବିକାଶର ଧାରା ଲମ୍ବିବାରେ ଲାଗିଛି।
ଏହି ମାଣ୍ଡିଆ ମଣ୍ଡି ଉଦଘାଟନ ରେ ଆଜି ଅରୁଣ ସାହୁଙ୍କ ସହ କୃଷି ସଚିବ ମୁଥୁକୁମାର ମଧ୍ୟ ଯୋଗଦେଇଥିଲେ। ଆଗରୁ ସ୍ୱଭିମାନ ଅଞ୍ଚଳ ବାସି ମାଣ୍ଡିଆକୁ ଦଲାଲ ହାତରେ ଅଳ୍ପ ଟଙ୍କାରେ ଦେଉଥିଲେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଚାଷୀ କୁଇଣ୍ଟାଲ ପୀଛା 3150 ଟଙ୍କାରେ ବିକ୍ରି କରିପାରିବେ। ତେଣୁ ସ୍ୱଭିମାନ ଅଞ୍ଚଳ ବାସୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisement