Saturday, September 26, 2026
ADVERTISEMENT
Home କୋରାପୁଟ ବୋରିଗୁମ୍ମା ସରସ୍ବତୀ ଶିଶୁମନ୍ଦିରରେ ସପ୍ତବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୋରିଗୁମ୍ମା ସରସ୍ବତୀ ଶିଶୁମନ୍ଦିରରେ ସପ୍ତବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

265
ADVERTISEMENT

ବୋରିଗୁମ୍ମା,୨୨।୧୨(ଡି.ଏଚ/ଦୟାନିଧି ପଟନାୟକ ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ମା ସରସ୍ବତୀ ଶିଶୁ ମନ୍ଦିରର ସପ୍ତବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ରୀମତି ମମତା ମହାପାତ୍ରଙ୍କ ତତ୍ୱାଧୀନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇଥିବାବେଳେ ସନମାନିତା ଅତିଥି ଭାବେ ବୋରିଗୁମ୍ମା ଓକିଲ ସଙ୍ଘ ଅଧ୍ୟକ୍ଷ k.ନାଗରାଜ ଡୋରା, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଭାଷ ଚନ୍ଦ୍ର ମାଝୀ, ମୁଖ୍ୟ ଭକ୍ତା ଡ଼କ୍ଟର ପ୍ରଦୀପ କୁମାର ସ୍ୱାଇଁ (ଜିଲ୍ଲା ସଂଯୋଜକ NCSC), ପ୍ରଫୁଲ କୁମାର ଦଣ୍ଡସେନା (ଉପସଭାପତି ସରସ୍ବତୀ ଶିଶୁ ମନ୍ଦିର ପ୍ରଜ୍ଞାବିହାର, ମୁତ୍ୟୁଞ୍ଜୟ ପଣ୍ଡା ( ଶିକ୍ଷକ) ପ୍ରମୁଖ ନିଜ ନିଜ ଓଜସ୍ୱିନୀ ଚିତ୍ତାକର୍ଷକ ଶିଶୁ ସୁଲଭ ବକ୍ତବ୍ୟରେ ଶିଶୁମନ୍ଦିର ସିକ୍ଷର୍ଥୀଙ୍କ ମନରେ ଏକାଗ୍ରତା, ଦେଶପ୍ରେମର ଭାବ ଭଦ୍ରେକ ପାଇଁ ପ୍ରଚେଷ୍ଟା କରିଥିଲେ । ପ୍ରଥମେ ଶିଶୁମନ୍ଦିର ମୁଖ୍ୟ ଦ୍ୱାରରୁ ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପ ହଳଦୀ ଚାଉଳ ଏବଂ ଚନ୍ଦନ ଟୁପା ଦେଇ ସ୍ୱାଗତ କରୁଥିଲେ । ସରସ୍ବତୀ ଶିଶୁମନ୍ଦିର ପରିସରରେ ଦୀପ ପ୍ରଜ୍ଵଲନ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦନା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ତଥା ଅତିଥି ବୃନ୍ଦଙ୍କ ଦ୍ୱାରା କ୍ରୀଡା ଏବଂ ବିଭିନ୍ନ ପ୍ରତିଯୋଗିତା ଶ୍ରେଷ୍ଠତା ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ସିଲ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ଆସନ୍ତା ସମୟ ହିତ ପାଇଁ ଦୃଢ଼ ପ୍ରତିଜ୍ଞା ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଅନୁପ୍ରାଣିତ କରାଯାଇଥିଲା । ଅନୁଷ୍ଠାନ କାଯ୍ୟକର୍ତାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରଯାଇ ଶେଷରେ ଶିଶୁମନ୍ଦିରର କୁନି କୁନି ଛାତ୍ର ଚସ୍ତ୍ରୀଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ସହ ନାଚ ଗୀତର ଅସର ଆଦି ଅନୁଷ୍ଠିତ ହୋଇଥିଲା ଦର୍ଶକ ବେଶ ଉତ୍ସାହର ସହ ଉପଭୋଗ କରିଥିଲେ ।

Advertisement