Sunday, September 27, 2026
ADVERTISEMENT
Home କୋରାପୁଟ ମାନବିକତା ହରାଉଛି ମନୁଷ୍ୟ : ଦୃଷ୍ଟି ହୀନଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟିଲେ...

ମାନବିକତା ହରାଉଛି ମନୁଷ୍ୟ : ଦୃଷ୍ଟି ହୀନଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟିଲେ ଦୁଇ ଦୃବୃତ

257
ADVERTISEMENT

ବୋରିଗୁମ୍ମା,୨୧/୧୨,(ଡି.ଏଚ/ଦୟାନିଧି ପଟନାୟକ ) : ମନୁଷ୍ୟ ଧିରେ ଧିରେ ନିଜର ମାନବିକତା ହରାଇଲାଣି। ଯୁଗ ଯେତେ ଡିଜିଟାଲ ହେଉଛି ମନୁଷ୍ୟ ର ନିଜ ଭାବ ଓ ବିବେକ କମି କମି ଯାଉଛି। ଜଣେ ଦୃଷ୍ଟିହୀନ ଯୁବକ ଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟିବା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଭଗବାନ କୁମୁଡ଼ା ବୟସ ୨୦ ବର୍ଷ,ସେ ଜଣେ ଦୃଷ୍ଟିହୀନ ଯୁବକ। ତାଙ୍କ ନିଜ ଗ୍ରାମ ବି ସିଂହପୁର ଥାନା ଅନ୍ତର୍ଗତ ସନ୍ତୋଷପୁର। ବୋରିଗୁମ୍ମା ଯିବାକୁ ନିଜ ଗାଁ ସନ୍ତୋଷପୁର ଛକ ଠାରେ ଅପେକ୍ଷା କରିଥିଲେ ଦୃଷ୍ଟିହୀନ ଯୁବକ ଭଗବାନ। ଏହି ସମୟରେ ସେହି ଗ୍ରାମର ରତନ ଅମାନତ୍ୟ ଓ କୃଷ୍ଣ ଅମାନତ୍ୟ ଦୁହେଁ ସୁଜୁକି ମଟର ସାଇକେଲରେ ଆସି ଭଗବାନକୁ କହିଲେ ଯେ ତୁମକୁ ଆମେ ମଟର ସାଇକେଲରେ ବୋରିଗୁମ୍ମା ଛାଡ଼ିଦେବୁ, ତୁମେ ଆମ ସହିତ ଆସ। ଭଗବାନ ତାଙ୍କ କଥାରେ ବିଶ୍ୱାସ କରି ମଟର ସାଇକେଲରେ ବସିଲା। ପରେ ସର୍ଗିଗୁଡା ଗାଁ ଠାରୁ ବଡପିଣ୍ଡପଦର ରାସ୍ତାରେ ଭଗବାନକୁ କେହି ମାଡ଼ ମାରି ଦୁଇଟି ମୋବାଇଲ ଓ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଭଗବାନ ବୋରିଗୁମ୍ମା ଥାନାରେ ଏତଲା ପରେ ଲୁଟେରାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ଲୁଟେରାର ନାମ ରବି ଧୋବା ନିଜ ଗାଁ ଚରାମୁଲା ବୋଲି ପୋଲିସ କହିଛି। ପୋଲିସ ଲୁଟେରା ରବି ପାଖରୁ ଗୋଟିଏ ମୋବାଇଲ ଓ ୧୫ ହଜାର ଟଙ୍କା ଜବତ କରିଛି। ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୧୮୨ / ୨୦୧୯ , ଦଫା ୩୯୪ ରୁଜୁ କରି ଲୁଟେରା ରବି ଧୋବାକୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏସ ଆଇ ଚିଂତେଶ୍ୱର ମୁଣ୍ଡା ଘଟଣାର ତଦନ୍ତ କରୁଛନ୍ତି।

Advertisement