Friday, September 25, 2026
ADVERTISEMENT
Home କୋରାପୁଟ ସଡ଼କ ଦୁର୍ଘଟଣାରେ ଜନୈକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ

ସଡ଼କ ଦୁର୍ଘଟଣାରେ ଜନୈକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ

256
ADVERTISEMENT

କୋରାପୁଟ,୨୦।୧୨(ଡି.ଏଚ/ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ତେଲେଫୋନେ ଅଫିସ ନିକଟସ୍ଥ ବନ୍ଧ ନିକଟରେ ଯଶସରାଜପଥ ଉପରେ ଆଜି ସକାଳେ ୧୧ଘଂଟିକା ସମୟରେ ତେନ୍ତୁଳୀଖୁଣ୍ଟି ଠାରୁ ବୋରିଗୁମ୍ମା ଅଭିମୁଖେ ଆସୁଥିବା ଏକ ବାଇକ ନଂ od02 8684କୁ ବୋରିଗୁମ୍ମା ଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗତିରେ ଯାଉଥିବା ଟ୍ରକ ନଂ AP16TS5989 ଟି ପିଟିବା ଫଳରର ଘଟଣା ସ୍ଥଳରେ ବାଇକ ଆରୋହୀ ରଖେଶ ବିଶ୍ୱାଳ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ସେ ଯୁବକଙ୍କ ଖୁର୍ଦା ଜିଲ୍ଲା ବାଲିପାଟଣା ବୋଲି ଜଣା ପଡିଛି l ସେ ଅଦାବନ୍ତ ବିହନ କମ୍ପାନୀ ରେ କାର୍ଯ୍ୟ ଦୀର୍ଘ ୧ବର୍ଷ କାର୍ଯ୍ୟ କରି ଆସୁଥିବା ଥାଙ୍କ ସହଯୋଗୀ ମାନେ କହୁଛନ୍ତି l ମୃତ ବ୍ୟକ୍ତିଙ୍କ ସହଯୋଗୀ ମାନେ କିଛି ସମୟ ପାଇଁ ଜାତୀୟରାଜପଥ ଅବରୋଧ କରିଥିଲେ କିନ୍ତୁ ଘଟଣା ସ୍ଥଳରେ ବୋରିଗୁମ୍ମା ଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳ, ଏସ ଆଇ ଚିତେଶ୍ୱର ମୁଣ୍ଡା, ଏସ ଆଇ ଶ୍ରୀକାନ୍ତ ସାହୁ ତାଙ୍କ ସହଯୋଗୀ ଏବଂ ବୋରିଗୁମ୍ମା ଅତିରିକ୍ତ ତହସିଲଦାର ନରସିଂ ଗାଦାବା, ପ୍ରମୁଖ ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା ପରେ ରାସ୍ତା ରୋକରୁ ହଟିଲେ ଏବଂ ମୃତ ଦେହକୁ ବ୍ୟବଛେଦ ନିମନ୍ତେ ବୀସିଂପୁର ପଠାଗଲା ଏହା ପରେ ପରିବାର ବର୍ଗଙ୍କୁ ମୃତ ଶରୀରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l

Advertisement