Tuesday, September 29, 2026
ADVERTISEMENT
Home କୋରାପୁଟ କୋଟପାଡରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ

କୋଟପାଡରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ

266
ADVERTISEMENT

କୋରାପୁଟ,୨୦।୧୨(ଡି.ଏଚ/ସୁନୀଲ ଦାଶ ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୋଟପାଡ ବ୍ଲକର ଆଖପାଖୀ ଅଞ୍ଚଳରୁ ବହୁ ଭିନ୍ନକ୍ଷମ ପହଞ୍ଚିଥିଲେ ନିଜ ନିଜ ନାମ ପଞ୍ଜିକରଣ କରିବା ସହ ଚିକିତ୍ସିତ ହୋଇଥିଲେ । ଏବଂ କିଛି ଭିନ୍ନକ୍ଷମଙ୍କୁ ଭିନ୍ନକ୍ଷମ ସାଇକେଲ ପ୍ରଦାନ କରାଯାଇଥିଲା। କୋଟପାଡ ଅଞ୍ଚଳରେ କିଛି ଭିନ୍ନକ୍ଷମ ଭତ୍ତା ପାଇବାରେ ବଞ୍ଚିତ ଅଛନ୍ତି ସେମାନେ ବି ଆଜି ନିଜ ନାମ ପଞ୍ଜିକରଣ କରିଛନ୍ତି ତା ସାଥେ ସାଥେ ରାଜ୍ୟ ସରକାରଙ୍କ ମୋ କୁଡ଼ିଆ ଯୋଜନା ଏବଂ ରେଲବେ ପାସ ପାଇଁ ନାମ ପଞ୍ଜିକରଣ କରାଇଛନ୍ତି ।

Advertisement