Tuesday, September 8, 2026
ADVERTISEMENT
Home Uncategorized ବ୍ରହ୍ମପୁର ସହରରେ ସଂସ୍କୃତିକ ସନ୍ଧ୍ୟାର ଅନ୍ତିମ ସୌନ୍ଦର୍ଯ୍ୟ ।

ବ୍ରହ୍ମପୁର ସହରରେ ସଂସ୍କୃତିକ ସନ୍ଧ୍ୟାର ଅନ୍ତିମ ସୌନ୍ଦର୍ଯ୍ୟ ।

465
ADVERTISEMENT

ବ୍ରହ୍ମପୁର (ଡି.ଏଚ / ଇ.ରଞ୍ଜନ) ; ଗଞ୍ଜାମ ଜିଲ୍ଲା ଏକ ଲୋକକଳା ର ପେଣ୍ଟ ସ୍ଥଳ ଭାବେ ପରିଚିତ । ଏହି ଜିଲ୍ଲାରେ ପ୍ରଥମେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଛତ୍ରପୁର ଟାରେ ଲୋକକଳା ଦୃଶ୍ୟମାନ ବେଶ ଧୁମଧାମ ରେ ସରିଥିଲା ବେଳେ ୨ୟ ରେ ବ୍ରହ୍ମପୁର ସହରରେ ରବିବାର ଦିନରେ ୩ଟି ସ୍ଥାନରେ ଗଞ୍ଜାମ କଳା ପରିଷଦ ଠାରେ ଅନ୍ତିମ ସନ୍ଧ୍ୟା ଅନୁଷ୍ଠିତ କଳାପ୍ରଦର୍ଶନରେ ଆଜିର ଗଞ୍ଜାମ କଳା ପରିଷଦ ରଙ୍ଗମଞ୍ଚ ରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ପ୍ରମେୟ ଖବର କାଗଜର ଉପ ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ଦାଶ,ଉଷାରାଣୀ ପାତ୍ର, ମିହିର କୁମାର ତ୍ରିପାଠୀ, ସାମ୍ବାଦିକ ସୁଦିପ ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ ।

ଅନ୍ୟ ଏକ ସ୍ଥାନରେ ସୃତି ଡାନ୍ସ ଏକାଡେମି ସାଇ ବାଲ ବ୍ରିନଦାବନ ପ୍ଲେ ସ୍କୁଲ ଦ୍ୱାରା ସହରର ଟାଉନ ହଲ ଟାରେ କୁନି କୁନି ପିଲାଙ୍କ ଟାରୁ ବଡ଼ବଡ଼ କଳାକାର ଙ୍କୁ ନେଇ ନାଚଗୀତ ଅଭିନୟ ଦ୍ୱାରା ଚାଲିଥିବା କଳା ସଂକୃତିର ଆଜି ଦିନିକିଆ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ବିଧାୟକ ବିକ୍ରମ ପଣ୍ଡା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାଷ ମହାରଣା ସୁବାଷ ପାତ୍ର ସଙ୍ଘମିତ୍ରା ଦଳାଇ ଅବଦୁଲ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସ୍କୁଲ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏଥି ସାହ ଆସନ୍ତା ଦିନରେ ପୁଣି ଥରେ ସଂକୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର କୁଳ ମହଉତ୍ସବ ଆସନ୍ତା ୨୪ ତାରିଖ ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ଆପଣ ମାନଙ୍କୁ ଲୋକକଳା ଦୃଶ୍ୟମାନ ଦେଖିବା ମିଳିବ ।

Advertisement